Latest Odisha News

ଆଉ ଟିଭି ଓ ରେଡିଓରେ ଶୁଭିବନି ମହିଳାଙ୍କ ସ୍ୱର!

କନ୍ଦାହାର: ଆଉ ଟିଭି କି ରେଡିଓରେ ଶୁଭିବନି ମହିଳାଙ୍କ ସ୍ବର। ମ୍ୟୁଜିକ୍‌, ଟିଭିରେ ମହିଳାଙ୍କ ସ୍ବର ଏବଂ ରେଡିଓ ଚ୍ୟାନେଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ। ତାଲିବାନ ଆଫଗାନିସ୍ତାନର କାନ୍ଦାହାରରେ ସଙ୍ଗୀତ, ଟେଲିଭିଜନ ଏବଂ ରେଡିଓ ଚ୍ୟାନେଲରେ ମହିଳାଙ୍କ ସ୍ୱରକୁ ବାରଣ କରିଛି।

ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ କିଛି ଗଣମାଧ୍ୟମ ସେମାନଙ୍କ ମହିଳା ଉପସ୍ଥାପିକାଙ୍କୁ ହଟାଇବା ପରେ ଏହା ଘଟିଛି। କାବୁଲର ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛି ଯେ ଆଫ୍‌ଗାନିସ୍ତାନ ଦଖଲ ପରଠାରୁ ଅନେକ ମହିଳା କର୍ମଚାରୀଙ୍କୁ ସେମାନଙ୍କ କର୍ମକ୍ଷେତ୍ରରୁ ଫେରିବାକୁ କୁହାଯାଇଥିଲା।

ତେବେ ତାଲିବାନ ନିଶ୍ଚିତ କରିଛନ୍ତି ଯେ ସେମାନେ ମହିଳାମାନଙ୍କୁ କାର୍ଯ୍ୟ ଜାରି ରଖିବାକୁ ଦେବେ ଏବଂ ସେମାନଙ୍କୁ ଇସଲାମ ନିୟମ ଅନୁଯାୟୀ ଅଧ୍ୟୟନ କରିବାକୁ ଅନୁମତି ଦିଆଯିବ।

ତାଲିବାନ ଦେଇଥିବା ପ୍ରତିଶ୍ରୁତିର ବିପରୀତ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି ଯେ ମହିଳାମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.