କାବୁଲ: କାବୁଲ ବିମାନବନ୍ଦରରୁ ଆମେରିକା ସେନା ପ୍ରତ୍ୟାହାର କରିବାର କିଛି ଘଣ୍ଟା ପରେ ତାଲିବାନ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛି ଯେ କାବୁଲ ବିମାନବନ୍ଦରରେ ତାଲିବାନର ବିଜୟ ହୋଇଛି ଏବଂ ଏହି ବିଜୟ ସମସ୍ତ ଆଫଗାନିସ୍ତାନଙ୍କ।
କାବୁଲ ବିମାନବନ୍ଦରରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ ଏହି ବିଜୟ ଆମ ସମସ୍ତଙ୍କର ଅଟେ।
ଜାବିହୁଲ୍ଲା ମୁଜାହିଦ୍ ଆହୁରି କହିଛନ୍ତି, “ଆମେ ସମଗ୍ର ବିଶ୍ୱ ସହିତ ଭଲ କୂଟନୈତିକ ସମ୍ପର୍କ ଚାହୁଁଛୁ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବ ସେମାନଙ୍କଠୁ ଶିକ୍ଷା ଲାଭ କରିବା ଉଚିତ୍ ଏବଂ ଏହା ହେଉଛି ବିଜୟର ଆନନ୍ଦଦାୟକ ମୁହୂର୍ତ୍ତ।
Comments are closed.