Latest Odisha News

BREAKING NEWS

ତାଲିବାନଙ୍କ ନୃଶଂସ ପଣିଆ: ହତ୍ୟା କରିବା ପରେ ଛକରେ ଟାଙ୍ଗିଲେ ମୃତ ଦେହ

କାବୁଲ: ଆଫଗାନିସ୍ତାନରେ ତାଲିବାନୀମାନେ ସେମାନଙ୍କ କ୍ରୁର ରୂପ ଦେଖାଇବା ଆରମ୍ଭ କରିଛନ୍ତି । ୪ଜଣ ଅପହରଣକାରୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତ ଦେହ ସହରର ବିଭିନ୍ନ ଛକ ସ୍ଥାନରେ କ୍ରେନ ସାହାଯ୍ୟରେ ଟଙ୍ଗା ଯାଇଥିଲା । ଟୋଲୋ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ଜଣେ ବ୍ୟବସାୟୀ ଓ ତାଙ୍କ ପୁଅକୁ ଅପହରଣକାରୀମାନେ ଅପହରଣ କରିଥିଲେ ।

BjdElectrycity

ତାଲିବାନ ସେମାନଙ୍କୁ ଅପହରଣକାରୀଙ୍କ କବଳରୁ ମୁକୁଳାଇଥିଲା । ଏଥିନେଇ ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳିମାଡରେ ଅପହରଣକାରୀଙ୍କ ମୃତ୍ୟୁ ଘଟିଥିଲା । ଲୋକଙ୍କ ମନରେ ଅପରାଧ ପ୍ରତି ଭୟ ସୃଷ୍ଟି କରାଇବା ପାଇଁ ଜନଗହଳି ସ୍ଥାନରେ ସେମାନଙ୍କୁ ଟଙ୍କା ଯାଇଥିଲା ।

Leave A Reply

Your email address will not be published.