Latest Odisha News

BREAKING NEWS

ସାହିତ୍ୟ ପତ୍ରିକା ‘ଶିଳାଶ୍ରୀ’ର ପୂଜା ସଂଖ୍ୟା ଓ ‘ତଥାସ୍ତୁ’ ଉନ୍ମୋଚିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ପୂଜା ବିଶେଷାଙ୍କ ଏବଂ ଶିଳାଶ୍ରୀ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ମଞ୍ଜୁଳା ତ୍ରିପାଠୀଙ୍କ କବିତା ସଙ୍କଳନ “ତଥାସ୍ତୁ ” ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇ ଯାଇଛି।

ଏହି ଅବସରରେ ଲତିକା ମହାପାତ୍ର ( ସଙ୍ଗୀତ), ମଞ୍ଜୁଲତା ସିଂ ( ଗପ ), ଶକୁନ୍ତଳା ରାଉତରାୟ (ଆଧ୍ୟାତ୍ମିକ କବିତା), ସଂଯୁକ୍ତା ସ୍ୱାଇଁ (ସଂସ୍କୃତି) ଏବଂ ମିଲନ କୁମାରୀ ପଣ୍ଡା ( ଛାତ୍ରୀ)ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ଦେବାଶିଷ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ, ପ୍ରୀତି ପ୍ରତିଭା ଭୋଳ ସମ୍ମାନିତ ଅତିଥି ଏବଂ ତମସାରାଣୀ ଦାସ ମହାପାତ୍ର ଯୋଗ ଦେଇଥିଲେ ।

ମିନତୀ ବେହେରାଙ୍କ ପରିଚାଳନାରେ ଏହି ସଭାରେ ଶିଳାଶ୍ରୀର ସମ୍ପାଦିକା ବାସନ୍ତୀ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ମଞ୍ଜୁଳା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.