Latest Odisha News

BREAKING NEWS

ଟାଇଟ୍‌ ପୋଷାକ ପିନ୍ଧିଥିବାରୁ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନର ବଲ୍‌ଖ ପ୍ରଦେଶରେ ଜଣେ ମହିଳାଙ୍କୁ ଟାଇଟ୍‌ ପୋଷାକ ପିନ୍ଧିଥିବାରୁ ତାଲିବାନ  ଉକ୍ତ ମହିଳାଙ୍କୁ ହତ୍ୟା କରିଥିବା ଦାବି କରାଯାଉଛି।

ଆଫଗାନିସ୍ତାନର ଉତ୍ତର ବଲ୍‌ଖ ପ୍ରଦେଶରେ ଜଣେ ମହିଳାଙ୍କୁ ହତ୍ୟା କରିଛି ତାଲିବାନ। ହତ୍ୟାର ପଛର କାରଣ ହେଉଛି ସେ ଟାଇଟ୍‌ ପୋଷାକ ପରିଧାନ କରିଥିଲେ ଏବଂ ତାଙ୍କ ସହ କେହି ପୁରୁଷ ସମ୍ପର୍କୀୟ ନଥିଲେ।

ତାଲିବାନ ଦ୍ୱାରା ନିୟନ୍ତ୍ରିତ ସମର କାଣ୍ଡ ଗାଁରେ ମହିଳାଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା ବୋଲି ଆଫଗାନିସ୍ତାନ କହିଛି।

ପୋଲିସର ସୂଚନାନୁସାରେ, ୨୧ ବର୍ଷୀୟ ମୃତ ମହିଳା ଜଣକ ହେଉଛନ୍ତି ନାଜାନିନ। ମହିଳା ଜଣକ ତାଙ୍କ ଘରୁ ବାହାରି ମାଜାର-ଇ-ସରିଫ ପାଇଁ ଏକ ଗାଡିରେ ଯିବାକୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା।

ପୋଲିସ ଏହା ମଧ୍ୟ କହିଛି ଯେ ଆକ୍ରମଣ ସମୟରେ ନାଜାନିନ ବୁର୍ଖା ପିନ୍ଧିଥିଲେ। ତେବେ ତାଲିବାନ ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୋଗକୁ ଅସ୍ୱୀକାର କରିଛି।

ଆମେରିକାର ସୈନ୍ୟବାହିନୀର ଆନୁଷ୍ଠାନିକ ପ୍ରସ୍ଥାନ ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ସକ୍ରିୟ ଭାବରେ ଦଖଲ କରିଆସୁଛି। ରବିବାର ଦିନ ତାଲିବାନ ଉତ୍ତର ଆଫଗାନିସ୍ତାନର କୁନ୍ଦୁଜ ପ୍ରଦେଶର କିଛି ଅଂଶକୁ ନିଜ ଅଧୀନକୁ ନେଇଛି।

Comments are closed.