Latest Odisha News

BREAKING NEWS

ଆଇପିଏଲ ୨୦୨୩: ଉଦଘାଟନୀ କାର୍ଯ୍ୟକ୍ରମରେ ତଡକା ଲଗାଇବେ ତମନ୍ନା

ମୁମ୍ବାଇ: ମାର୍ଚ୍ଚ ୩୧ରୁ ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ଆରମ୍ଭ ହେବ । ଟି୨୦ କ୍ରିକେଟର ଏହି ରୋମାଂଚ ଏବେ ବେଶ କିଛି ଦିନ ପ୍ରଶଂସକଙ୍କୁ ବାନ୍ଧି ରଖିବ । ଉଦଘାଟନୀ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହେବ । ଆଇପିଏଲରେ ମ୍ୟାଚର ରୋମାଂଚ ଆରମ୍ଭ ହେବା ପୂର୍ବରୁ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭବ୍ୟ ଉଦଘାଟନୀ ଉତ୍ସବ ଆୟୋଜିତ କରାଯିବ । ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ତଥା ବାହୁବଳୀ ଫେମ ଅଭିନେତ୍ରୀ ତମନ୍ନା ଭାଟିଆ ଉଦଘାଟନୀ ଉତ୍ସବରେ ଗ୍ଲାମରର ତଡକା ଲଗାଇବେ । ଆଇପିଏଲର ଅଫିସିଆଲ ପେଜରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

କେତେକ ରିପୋର୍ଟ ଅନୁସାରେ ସାମୀ ସାମୀ ଗର୍ଲ ରଶ୍ମିକା ମାନ୍ଧନା ଏବଂ ପ୍ରତିଷ୍ଠିତ ଗାୟକ ଅରଜିତ ସିଂ ପ୍ରଦର୍ଶନ କରିବେ । ଏହି ଉଦଘାଟନୀ କାର୍ଯ୍ୟକ୍ରମ ଷ୍ଟାର ସ୍ପୋର୍ଟ୍ସ ନେଟୱର୍କରେ ପ୍ରସାରିତ ହେବ । ସେହିପରି ଅନଲାଇନ ଷ୍ଟ୍ରିମଙ୍ଗ ଜିଓ ସିନେମାରେ ହେବ । ଖୁବ ଶୀଘ୍ର ଉଦଘାଟନୀ ଉତ୍ସବରେ କେଉଁ କେଉଁ ମାନେ ପ୍ରଦର୍ଶନ କରିବେ ତାହା ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

Leave A Reply

Your email address will not be published.