Latest Odisha News

BREAKING NEWS

ମେ’ ୩୧ ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ନ’କରାଯାଉ; କେନ୍ଦ୍ରକୁ ଜଣାଇଲା ତାମିଲନାଡୁ

ନୂଆଦିଲ୍ଲୀ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଲକ୍‌ଡାଉନ୍ ଅବଧିରେ ବିମାନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କରିଛି ।

ଅଧିକ ପଢନ୍ତୁ: ଘରୋଇ ବିମାନ ଲାଗି ବୁକିଂ ଆରମ୍ଭ

ଲକ୍‌ଡାଉନ୍ ଯୋଗୁଁ ସାରା ତାମିଲନାଡୁରେ ଏବେ ଘରୋଇ ପରିବହନ ମଧ୍ୟ ହ୍ରାସ ପାଇଛି ।

ସୋମବାର ଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ପ୍ରାରମ୍ଭିକ ଭାବେ ମେଟ୍ରୋ ସହର ଗୁଡ଼ିକରେ ବିମାନ ଚଳାଚଳ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । “ତଥାପି ଏନେଇ ଆମେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତର ପାଇବାକୁ ଅପେକ୍ଷା କରିଛୁ,” ଏହା ଜଣେ ବରିଷ୍ଠ ଅଧିକାରୀ କହିଥିବା ନେଇ ଏନଡ଼ିଟିଭିରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଅଧିକ ପଢନ୍ତୁ: ଓଡ଼ିଶାର ଏହିସବୁ ରେଲୱେ ଟିକେଟ କାଉଣ୍ଟରରେ ବୁକିଂ ଆରମ୍ଭ

ଏହି ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, “ତାମିଲନାଡୁର ଅନ୍ୟ ବିମାନ ବନ୍ଦର ଗୁଡ଼ିକ ଏପର୍ଯ୍ୟନ୍ତ ଚାଲୁ ହୋଇନାହିଁ, ଏପରିକି ଏହି ବିମାନ ବନ୍ଦର ଗୁଡ଼ିକୁ ବିମାନ ଚଳାଚଳ ଲାଗି ଅନୁମତି ଦିଆଯାଇ ନାହିଁ । ଏହି ବିମାନ ବନ୍ଦରଗୁଡ଼ିକରୁ ଅଧିକ ମାତ୍ରାରେ ଯାତ୍ରୀମାନେ ଚେନ୍ନାଇ ଯାଇଥାଆନ୍ତି ।”

Comments are closed.