ଭୁବନେଶ୍ୱର: ବାତ୍ୟା ସମ୍ପର୍କିତ ସଠିକ୍ ତଥା କ୍ଷୟକ୍ଷତିର ଆକଳନ କରି ଗତ କିଛି ବର୍ଷ ମଧ୍ୟରେ ଓଡିଶାକୁ ସାହାଯ୍ୟ କରିଆସୁଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।
ଫାଇଲିନ୍, ଫନି ଏବଂ ଅମ୍ଫାନ୍ ଭଳି ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ସଠିକ୍ ରହିଛି।
“ବାତ୍ୟା ଅମ୍ଫାନ୍ ଜେନେସିସ୍, ଟ୍ରାକ୍, ଲ୍ୟାଣ୍ଡଫଲ୍, ପବନର ବେଗ ଏବଂ ପ୍ରଭାବ ବିଷୟରେ ପୂର୍ବାନୁମାନ କରି ଆମେ ବ୍ୟକ୍ତିଗତ ଭାବରେ ସନ୍ତୁଷ୍ଟ ହୋଇଥିଲୁ। ଆହୁରି ମଧ୍ୟ ଅମ୍ଫାନ ଏକ ସୁପର ସାଇକ୍ଲୋନ ହୋଇଥିବାରୁ ଏହା ଦଳ ପାଇଁ ଏକ ଆହ୍ୱାନ ଥିଲା ବୋଲି ଆଇଏମଡି ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ପାଣିପାଗର ଆକଳନ ପାଇଁ ପାରାଦୀପ ଏବଂ ଗୋପାଳପୁରରେ ଦୁଇଟି ଡୋପଲର ରାଡାର ସ୍ଥାପନ କରାଯାଇଛି। ସେହିପରି ସମ୍ବଲପୁରରେ ଆଉ ଏକ ଡୋପଲର ରାଡାର ସ୍ଥାପନ ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି।
ଆଇଏମଡି ପକ୍ଷରୁ ବର୍ତ୍ତମାନ ବାଲେଶ୍ବର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ର ରାଡାର ବ୍ୟବହାର କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ଏହି ଜିଲ୍ଲାରେ ମଧ୍ୟ ରାଡାର ସ୍ଥାପନ କରାଯିବ।
ହେଉଛି ଦେଶର ସମସ୍ତ ବ୍ଲକକୁ ଘଣ୍ଟା ଘଣ୍ଟା ଧରି ପାଣିପାଗ ତଥ୍ୟ ଯୋଗାଇବା ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।