Latest Odisha News

BREAKING NEWS

‘ଦ ଫ୍ୟାମିଲି ମ୍ୟାନ୍‌ ୨’ରେ ବ୍ୟାନ୍‌ ଲଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ନିକଟରେ ଦ ଫ୍ୟାମିଲି ମ୍ୟାନ୍‌ ସିଜିନ୍‌ ୨ର ଟ୍ରେଲର୍‌ ରିଲିଜ ହୋଇଛି। ଟ୍ରେଲର୍‌ ରିଲିଜ ହେବାର ଏଇ କିଛି ଦିନ ଭିତରେ ଏହାକୁ ଝଡ ସୃଷ୍ଟି ହୋଇଛି। ବହୁ ପ୍ରତିକ୍ଷୀତ ୱେବ୍‌ ସିରିଜ୍‌ ତଥା ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ ‘ଦ ଫ୍ୟାମିଲି ମ୍ୟାନ୍‌ ୨’ରେ ବ୍ୟାନ୍‌ ଲାଗିବ! ତେବେ ଏନେଇ ତାମିଲନାଡୁ ସରକାର କେନ୍ଦ୍ରକୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଏହି ୱେବ୍‌ ସିରିଜ ଉପରେ ନି‌ଷେଧାଦେଶ ଲଗାଇବାକୁ କହିଛନ୍ତି।

ସୋମବାର ତାମିଲନାଡୁ ସରକାର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଆମାଜନ ପ୍ରାଇମ ଭିଡିଓରେ ଫ୍ୟାମିଲି ମ୍ୟାନ ସିଜନ ୨ ର ରିଲିଜ କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ବନ୍ଦ ହେବା ଆବଶ୍ୟକ।

“୍ଦିର ଫ୍ୟାମିଲି ସିଜିନ୍‌ ୨ ନିନ୍ଦନୀୟ, ଅନୁପଯୁକ୍ତ ଏବଂ ମନ୍ଦ ବିଷୟବସ୍ତୁ ବିଷୟବସ୍ତୁକୁ ଚିତ୍ରଣ କରୁଛି। ଯାହା ଇଲାମ ତାମିଲ୍‌କୁ ଏକ ଅତ୍ୟନ୍ତ ଆପତ୍ତିଜନକ ଭାବେ ଚିତ୍ରଣ କରୁଛି। ଏହି ୱେବ୍‌ ସିରିଜର ଟ୍ରେଲର ଶ୍ରୀଲଙ୍କାରେ ଏଲାମ ତାମିଲର ଐତିହାସିକ ସଂଗ୍ରାମକୁ ଅସମ୍ମାନ ଏବଂ ବିକୃତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଚିଠିର ଉଲ୍ଲେଖ ହୋଇଛି।

Comments are closed.