Latest Odisha News

BREAKING NEWS

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣ: ଓଡ଼ିଶା ଓ ତାମିଲନାଡୁରେ ଆଜି ଦିନିକିଆ ଶୋକ ପାଳନ ଘୋଷଣା

ବାଲେଶ୍ୱର; ବାଲେଶ୍ୱର ବାହାନଗା କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଦିନିକିଆ ଶୋକ ପାଳ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାମିଲନାଡୁ ସରକାର ମଧ୍ୟ ଏତେବଡ଼ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଆଜି(ଜୁନ ୩) ରାଜ୍ୟ ସାରା ଦିନିକିଆ ଶୋକ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ  ଶୋକ ଘୋଷଣା କରିଛନ୍ତି। ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏତେବଡ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ଓଡିଶାର ବାଲେଶ୍ୱର ବାହାନଗା ଠାରେ ସନ୍ଧ୍ୟା ପ୍ରାୟ ୭.୩୦ ବ ବେଳେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏତେବଡ ଦୁର୍ଘଟଣାକୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମ ରଦ୍ଦ ହୋଇଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶୋକ ଘୋଷଣା କରିବ ସହିତ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି। ଆଜି କେ. କରୁଣାନିଧୀଙ୍କର ଜନ୍ମଦିନ ଥିଲା। ଏଥିପାଇଁ ଷ୍ଟାଲିନ୍‌ଙ୍କ ଦଳ ଧୁମଧାମରେ ଉତ୍ସବ ପାଳନ କରିବାର ଯୋଜନା ରହିଥିଲା। ଏଥିପାଇଁ ଏକାଧିକ କାର୍ଯ୍ୟକ୍ରମ ସ୍ତିର ହୋଇଥିଲା। ଏସବୁ ରଦ୍ଦ ହୋଇଛି। କେବଳ ମୁଖ୍ୟମନ୍ତ୍ରୀ କରୁଣାନିଧୀଙ୍କ ସମାଧୀରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ। ବାକି କୌଣସି କାର୍ଯ୍ୟ ହେବ ନାହିଁ।

ସେହିପରି ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଆଜି ଉଧ୍‌ଘାଟନ ଉତ୍ସବ ଥିଲା। ଏହାକୁ ମଧ୍ୟ ରଦ୍ଦ କରାଯାଇଛି। କୋନକାନା ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Leave A Reply

Your email address will not be published.