Latest Odisha News

BREAKING NEWS

ତାମିଲ‌ନାଡୁ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୋଙ୍ଗଲ ଉପହାର; ରାସନ୍‌ କାର୍ଡଧାରୀଙ୍କୁ ମିଳିବ ନଗଦ ୨୫୦୦ ଟଙ୍କା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ମଧ୍ୟ ଜୋର୍‌ଦାର୍‌ ଚାଲିଛି। ତାମିଲନାଡୁରେ ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମନ୍ଦିର ପରିଦର୍ଶନ କରିବା ପରେ ତାଙ୍କ ନିର୍ବାଚନମଣ୍ଡଳୀ ଇଡାପଡ୍ଡୀରୁ ପ୍ରଚାର ଆରମ୍ଭ କରିଥିଲେ। ପ୍ରଚାର ସମୟରେ ସେ ପୋଙ୍ଗଲ ପର୍ବକୁ ଦୃଷ୍ଟିରେ ରଖି ରାସନ ଚାଉଳ କାର୍ଡଧାରୀଙ୍କୁ ୨୫୦୦ ଟଙ୍କା ନଗଦ ଦେବାକୁ ଘୋଷଣା କରିଛନ୍ତି। ଜାନୁୟାରୀ ୪, ୨୦୨୧ ରୁ ଏହି ଟଙ୍କା ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି। ଯାହାଫଳରେ ଲୋକମାନେ ପୋଙ୍ଗଲର ପର୍ବକୁ ଖୁସିରେ ପାଳନ କରିପାରିବେ।

ଏହାସହିତ ଚାଉଳ ନେଇଥିବା ସମସ୍ତ ରାସନ୍‌ କାର୍ଡଧାରୀଙ୍କୁ ପୋଙ୍ଗଲ ଉପହାର ଭାବରେ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିବା ସହ ଏହି ୨.୦୬ କୋଟି ରାସନ ଚାଉଳ କାର୍ଡଧାରୀଙ୍କୁ ଚାଉଳ ସହିତ ଏକ କିଲୋଗ୍ରାମ ଚିନି ଏବଂ ଆଖୁ ମଧ୍ୟ ମାଗଣାରେ ଦିଆଯିବ ବୋଲି ମଧ୍ୟ କହିଥିଲେ।।

Comments are closed.