Latest Odisha News

BREAKING NEWS

ରେଳଧାରଣା ଉପରକୁ ମାଡିଗଲା ଟ୍ୟାଙ୍କର, ଟ୍ରେନସେବା ବାଧାପ୍ରାପ୍ତ

ମୁନିଗଡା: ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଫାଟକ ନିକଟରେ ଶୁକ୍ରବାର ଦିନ ଏକ ଟ୍ୟାଙ୍କର ରେଳ ଧାରଣା ଉପରେ ଚଢ଼ି ଯାଇଛି । ଯାହାଫଳରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ ଟ୍ରେନ ଯାତାୟାତରେ ବିଳମ୍ବ ହୋଇଛି ।

ସୂଚନାନୁଯାୟୀ ଉକ୍ତ ଟ୍ୟାଙ୍କରଟି ବିଶାଖାପାଟଣାରୁ ଆଲୁମିନିୟମ୍ ପାଉଡର ବୋଝେଇ କରି ଝାରସୁଗୁଡା ଅଭିମୁଖେ ଯାଉଥିଲା । ପରେ ଗାଡିର ବ୍ରେକ୍ ଫେଲ୍ ହୋଇଯିବାରୁ ଡ୍ରାଇଭର ଜଣକ ରେଳ ଧାରଣା ଉପରକୁ ଟ୍ୟାଙ୍କରକୁ ଚଢାଇ ଦେଇଥିଲେ ।

ତେବେ ଖବର ପାଇ ସ୍ଥାନୀୟ ଜିଆରପି ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକରୁ ଗାଡିକୁ ହଟାଇ ଦେଇଥିଲେ । ପରେ ଏହି ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.