Latest Odisha News

BREAKING NEWS

ସେପ୍ଟେମ୍ବର ୨୭ରେ ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେପ୍ଟେମ୍ବର ୨୭ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୭ ତାରିଖରେ ସେ ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରାୟ ସନ୍ଧ୍ୟା ୬ଟାରେ ପହଞ୍ଚିବେ । ଭୁବନେଶ୍ୱର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ରାଜଭବନରେ ରାତ୍ରୀ ଯାପନ କରିବା ନେଇ ଜଣାପଡିଛି ।

ପରେ ସେପ୍ଟେମ୍ବର ୨୮ ସକାଳେ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଭିମୁଖେ ଗସ୍ତ କରିବେ । ସେଠାରେ ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଆୟୋଜିତ ଏକ ସମାରୋହରେ ଯୋଗଦେବେ । ପରବର୍ତ୍ତୀ ସମୟରେ ଦିନ ୧୧ଟା ବେଳେ ଗୋଳାବନ୍ଧରୁ ବାହାରି ଭୁବନେଶ୍ୱର ଆସିବେ ଏବଂ ସେଠାରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ଜିଡି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଆଇଜି (ଅପରେସନ୍), ଏଡିଜି (ଉପକୂଳ ସୁରକ୍ଷା), ଆଇଜି (ଇଣ୍ଟେଲିଜେନ୍ସ), ଗଞ୍ଜାମ ଏସପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.