Latest Odisha News

BREAKING NEWS

ତାରାଙ୍କ ଗଡରେ ଟଫ୍ ଫାଇଟ୍

ଭୁବନେଶ୍ବର: କଂଗ୍ରେସର ହେଭିଓ୍ବେଟ୍ ନେତା ତାରାପ୍ରସାଦ ବାହିନୀପତିଙ୍କ ଗଡ କୁହାଯାଉଥିବା ଜୟପୁର ଆସନ ଦିନେ ଥିଲା ବିଜେଡି କବଜାରେ । ବିଜେଡି ଟିକେଟରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଜୟପୁର ଦଖଲ କରିଥିଲେ ରବି ନାରାୟଣ ନନ୍ଦ । ହେଲେ ଗତ ୧୦ବର୍ଷ ହେଲା ବିଜେଡି ହାତରୁ ସିଟ୍ ଛଡାଇ ନେଇଛନ୍ତି ତାରା । ଗତ ଦୁଇଟି ନିର୍ବାଚନରେ ବି ଟକ୍କର ଜୋରଦାର ହୋଇଛି । ୨୦୧୯ରେ ୫ହଜାରରୁ ଅଧିକ ଭୋଟରେ ତାରା ଜିତିଥିଲେ ତ ୨୦୧୪ରେ ବ୍ୟବଧାନ ଥିଲା ୮ହଜାରରୁ ଅଧିକ ।

ତାରାପ୍ରସାଦ ବାହିନୀପତି ଓ ରବିନାରାୟଣ ନନ୍ଦ ଜୟପୁର ବିଧାନସଭାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି । ଏଥର ଯଦିଓ ରବି ନନ୍ଦ ନିର୍ବାଚନ ମଇଦାନରେ ନାହାନ୍ତି ତେବେ ତାରାଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ତାଙ୍କ ପତ୍ନୀ ଇନ୍ଦିରା ନନ୍ଦ । ଅର୍ଥାତ ଚେହେରା ବଦଳିଛି ହେଲେ ମୁକାବିଲା ପୁରୁଣା । ତାରାଙ୍କୁ ମାତ୍ ଦେବାକୁ ପତ୍ନୀ ଇନ୍ଦିରାଙ୍କ ପାଇଁ ଗୋଟି ଚଳାଉଛନ୍ତି ରବି ନନ୍ଦ । ନବୀନ ସରକାରଙ୍କ ବିକାଶମୂଳକ ଯୋଜନାକୁ ଆଧାର କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଇନ୍ଦିରା । ସ୍ବାମୀଙ୍କ ଗଡରେ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଗଡ ବଜାୟ ରଖିବାକୁ ମଇଦାନରେ ବେଶ୍ ଆକ୍ଟିଭ ତାରାପ୍ରସାଦ ବାହିନୀପତି । ଜୟପୁରରେ ତାରାଙ୍କ ସଂଗଠନ ସୁଦୃଢ ରହିଥିବା ବେଳେ ସରକାର ବିରୋଧୀ ହାଓ୍ବା ତାଙ୍କ ପାଇଁ ସହାୟକ ହୋଇପାରେ । ଜୟପୁର ଆସନରେ ମୁଖ୍ୟତଃ ମୁକାବିଲା ବିଜେଡି ଓ କଂଗ୍ରେସ ମଧ୍ୟରେ ହେଉଥିବା ବେଳେ ୨୦୧୯ର ପ୍ରାର୍ଥୀ ଗୌତମ ସାମନ୍ତରାୟଙ୍କୁ ପୁଣି ରିପିଟ୍ କରିଛି ବିଜେପି । ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ଗୌତମ ସାମନ୍ତରାୟ ୩୩ହଜାରରୁ ଅଧିକ ଭୋଟ୍ ପାଇଥିଲେ ।

Leave A Reply

Your email address will not be published.