Latest Odisha News

ଚୀନର ଧମକ, ହଂକଂ ପଟେ ବାହାରିଲେ ଆଖି ତାଡିଦେବୁ !

ବେଜିଂ: ଚୀନ ପୁଣି ବାହାସ୍ପୋଟ ମାରିଛି । ହଂକଂ ଘଟଣାରେ ଯେଉଁ ଦେଶ ମୁଣ୍ଡ ପୂରାଇବ ତାର ଆଖି ଫୁଟାଇଦେବୁ ବୋଲି ଧମକ ଦେଇଛି । ଚୀନ ଦ୍ୱାରା ଜାରି କରାଇଥିବା ନୂତନ ନିୟମକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡାକୁ ନେଇ ଗଠିତ ଫାଇଭ ଆଇଜ ଏହି ନିୟମକୁ ବଦଳାଇବା ପାଇଁ ଚୀନକୁ କହିଛି ।

ଚୀନର ପ୍ରବକ୍ତା ଝାଓ ଲିଜିଆନ କହିଛନ୍ତି ଦୀର୍ଘଦିନ ପରେ ହଂକଂକୁ ଆମେ ବ୍ରିଟିଶ ନିକଟରୁ ପାଇଛୁ । ଏଥିରେ କାହାକୁ ମୁଣ୍ଡ ପୂରାଇବା ପାଇଁ ଆମେ ସୁଯୋଗ ଦେବୁ ନାହିଁ । ସୂଚନାଯୋଗ୍ୟ, ବ୍ରିଟେନ ୧୯୯୭ରେ ୭୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ହଂକଂ ଚୀନକୁ ହସ୍ତାନ୍ତର କରିଥିଲା ।

Leave A Reply

Your email address will not be published.