Latest Odisha News

ବିବାହ ବନ୍ଧନରେ ଆବଦ୍ଧ ହେଲେ ୫.୫ ଫୁଟର ନେତ୍ରହୀନ ବଧୂକୁ ୩ଫୁଟର ସରକାରୀ ଶିକ୍ଷକ

ସୁରଟ: ଗୁଜରାଟରେ ସୋମବାର ଅନେକ ବିବାହ ସମ୍ପନ୍ନ ହୋଇଥିଲେ ମଧ୍ୟ ଗୋଟିଏ ନିଆରା ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜୁନାଗଡର ଏହି ଚର୍ଚ୍ଚିତ ବିବାହରେ ୫.୫ ଫୁଟର ନେତ୍ରହୀନ କନ୍ୟା ୩ଫୁଟର ସରକାରୀ ଚାକିରୀ କରିଥିବା ଯୁବକଙ୍କ ସହ ଏହି ପବିତ୍ର ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଶାନ୍ତା ମକାୱାଣା ସତ୍ୟମ ସେବା ମଣ୍ଡଳ ଗାର୍ଲ୍ସରେ ପିଲାବେଳୁ ରହି ଆସିଛନ୍ତି । ଜନ୍ମରୁ ତାଙ୍କ ଆଖିକୁ ଦେଖାଯାଉ ନାହିଁ ।ଶାନ୍ତା ବିଇଡି ମଧ୍ୟ କରିଛନ୍ତି । ଅପରପକ୍ଷରେ ଜାମ ଯୋଧପୁର ତହସିଲ ରହୁଥିବା ସରକାରୀ ଶିକ୍ଷକ ରମେଶ ଭାଇ ଡାଙ୍ଗରାଙ୍କ ଉଚ୍ଚତା ମାତ୍ର ୩ ଫୁଟ । ସେ ଶାନ୍ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶାନ୍ତାର ସମ୍ମତି ପରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଶାନ୍ତାଙ୍କ ବୟସ ୨୯ ହୋଇଥିବା ବେଳେ ରମେଶଙ୍କୁ ୪୨ ବର୍ଷ ।

Leave A Reply

Your email address will not be published.