Latest Odisha News

ଟାଟୁ ଦେଲା ପ୍ରମାଣ: ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୪ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଚୋରି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତ ଗିରଫ ହୋଇଛନ୍ତି ଲୁଟର ଶିକାର ହୋଇଥିବା ବ୍ୟକ୍ତି ଦେଇଥିବା ସୁରାକକୁ। ସେ କହିଥିଲେ ଲୁଟେରାଙ୍କୁ ଜାଣିନାହାନ୍ତି। କିନ୍ତୁ ଜଣଙ୍କ ହାତରେ ଟାଟୁ ରହିଛି।

ନିଜ ବ୍ୟବସାୟରେ ସୁବିଧା ପାଇଁ ରିଜର୍ଭ ବ୍ୟାଙ୍କରେ ନିୟମିତ ଭାବେ ଛୋଟ ନୋଟ୍ ବଦଳାଉଥିବା ଏହି ବ୍ୟବସାୟୀ ୧୧ ଲକ୍ଷ ଟଙ୍କା ଛୋଟ ନୋଟ୍ ନେଇ ଯାଉଥିବା ବେଳେ ପିତାପଲ୍ଲୀଠାରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ।

ଚୋରମାନେ ବ୍ୟବସାୟୀଙ୍କୁ ଛୁରୀ ଦେଖାଇ ଧମକ ଚମକ ଦେବା ସହ ତାଙ୍କ କ୍ୟାସ୍ ବ୍ୟାଗ୍ କୁ ଜୋରଜବରଦସ୍ତ ନେଇଯାଇଥିଲେ। ଏହି ଘଟଣା ପରେ ବ୍ୟବସାୟୀ ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବ୍ୟବସାୟୀ ଜଣକ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ଦେଇଥିଲେ – ଜଣେ ଅପରାଧୀଙ୍କ ହାତରେ ବାଘର ମୁହଁ ଟାଟୁ ଥିଲା।

ସେମାନଙ୍କ ଅପରାଧିକ ଡାଟାବେସ୍ ବ୍ୟବହାର କରି ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି। ପୋଲିସ ସୂଚନାରୁ ବାକି ଲୋକଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ନାମରେ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳର ହତ୍ୟା ସମେତ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେମାନେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସଂଗଠିତ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଛି।

ଏହି ଘଟଣାକୁ ଦୃଷ୍ଟିରେ ରଖି ବିପୁଳ ପରିମାଣର ଟଙ୍କା ନେଇ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ସେମାନଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ କଣ୍ଟ୍ରୋଲ ରୁମକୁ ଆଗୁଆ ଜଣାଇବାକୁ ପୁଲିସ କମିଶନର ଅନୁରୋଧ କରିଛନ୍ତି।

Leave A Reply

Your email address will not be published.