ପ୍ୟାରିସ୍: ଟାଟୁ ହେଉଛି ଏପରି ଏକ କଳା, ଯାହାକୁ ଲୋକମାନେ ନିଜ ଶରୀରରେ ପ୍ରୟୋଗ କରନ୍ତି । ପୂର୍ବ କାଳରେ, ଲୋକମାନେ ଏକ ନିର୍ଦ୍ଦିଷ୍ଟ ଡିଜାଇନ୍ , କାହାର ନାମ କିମ୍ବା କୌଣସି ଚିହ୍ନକୁ ଟାଟୁ କରିବା ପାଇଁ ଆଗ୍ରହୀ ହେଉଥିଲେ । କିନ୍ତୁ ବର୍ତ୍ତମାନ ଅନେକ ଲୋକ ଏହି ଟାଟୁ କରିବାକୁ ପାଗଳ ହୋଇଯାଉଛନ୍ତି । ଫ୍ରାନ୍ସର ଜଣେ ଯୁବକ ତାଙ୍କ ପୁରା ଶରୀରକୁ ଟାଟୁରେ ଉତ୍ତାରିଛନ୍ତି, ଯେଉଁଥି ପାଇଁ ସେ ଏବେ ଚର୍ଚ୍ଚାରେ ।
ଫ୍ରାନ୍ସର ପ୍ୟାରିସରେ ରୁହନ୍ତି ୩୭ ବର୍ଷୀୟ ସିଲଭେନ ହେଲେନ । ବୃତ୍ତିରେ ସେ ଜଣେ ଶିକ୍ଷକ । ତାଙ୍କର ହବି ଟାଟୁ କରିବା । ଏହି ସଉକ୍ ପୂରଣ କରିବାକୁ ଯାଇ ସିଲଭେନ୍ ନିଜ ଶରୀରରେ ଏମିତି ଟାଟୁ କରିଛନ୍ତି ଯେ, କେଉଁଠି ବି ଟିକେ ଜାଗା ଛାଡ଼ି ନାହାନ୍ତି । ଏଥିଲାଗି ତାଙ୍କୁ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛିି ।
ସେଲଭାନ୍ କେବଳ ଜଣେ ଶିକ୍ଷକ ତାହା ନୁହେଁ, ସେ ଏକାଧାରରେ ମଡେଲ୍, ଅଭିନେତା ମଧ୍ୟ । ତାଙ୍କୁ ଦୁନିଆର ସବୁଠାରୁ ଟାଟୁ ଧାରଣ କରିଥିବା ଶିକ୍ଷକ ବୋଲି ଲୋକେ କୁହନ୍ତି । ଏନେଇ ସେଲ୍ଭାନ କୁହନ୍ତି, ନିଜ ଦେହରେ ଟାଟୁ କରିବାକୁ ସେ ଖୁବ୍ ପସନ୍ଦ କରନ୍ତି । ସେଥିଲାଗି ୧୦ ବର୍ଷ ପୂର୍ବେ ସେ ତାଙ୍କ ଜୀବନର ପ୍ରଥମ ଟାଟୁ କରିଥିଲେ । ଏହା ପରେ ଧୀରେ ଧୀରେ ପୁରା ଶରୀର ଟାଟୁ କରିବାକୁ ଲାଗିଲେ । ସେ ନିଜ ଶରୀରକୁ ଏପରି ଟାଟୁରେ ସଜେଇଥିବାରୁ ବହୁତ ଖୁସି । ସେ ଯୁଆଡ଼େ ଯାଆନ୍ତି ଲୋକେ ତାଙ୍କୁ ଦେଖିବାକୁ ଭିଡ଼ ଜମାନ୍ତି ।
BREAKING NEWS
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
- ମୋ ଡିକ୍ସନାରୀରେ ‘ଡର’ ନାମକ କୌଣସି ଶବ୍ଦ ନାହିଁ…
- ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳି ନ ପାରନ୍ତି ପନ୍ତ
- ଶେଷ ଟି୨୦ ମ୍ୟାଚରେ ହାରି ମଧ୍ୟ ସିରିଜ ଜିତିଲା ଟିମ ଇଣ୍ଡିଆ
- ଗଂଜାମରେ ବାତ୍ୟା ପରର ସ୍ଥିତି ବୁଲି ଦେଖୁଛି ବିଜେଡି ପ୍ରତିନିଧି ଦଳ, କାନ୍ଦି କାନ୍ଦି ଦୁଃଖ ଜଣାଉଛନ୍ତି ଲୋକ
- ହୃଦୟ ଜିଣିଲେ ଅହମ୍ମଦାବାଦର କଳାକାର, ଇଣ୍ଡିଆ ବୁକ ଅଫ୍ ରକେର୍ଡସରେ ପାଇଲେ ସ୍ଥାନ
Comments are closed.