Latest Odisha News

BREAKING NEWS

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ କଲେ ଅସଦାଚରଣ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସବଡ଼ିଭିଜନ ଅନ୍ତର୍ଗତ ମୁହାଲପଲ୍ଲୀ ଗ୍ରାମରେ ଏକ ସ୍କୁଲ ମଧ୍ୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଶିକ୍ଷକ ଅସଦାଚରଣ କରିଥିବାର ଅଭିଯୋଗ କରିଛନ୍ତି ।

ତେବେ ବିଜେଡ଼ିର ଜିଲ୍ଲା ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପୋଲିସ ଏସଡ଼ିପିଓଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ମଧ୍ୟ ଦାବି କରିଛନ୍ତି ବିଜେଡ଼ି ଜିଲ୍ଲା ମହିଳା ମୋର୍ଚ୍ଚାର କର୍ମୀମାନେ ।

ତେବେ ପୋଲିସ ସୂତ୍ରରୁ ଜଣାପଡ଼ିଛି, ସ୍କଲ ମଧ୍ୟରେ ଛାତ୍ରୀ ଜଣଙ୍କୁ ରୋଷେଇ ଘରୁ ପରିବା ଆଣିବାକୁ କହି ଅସଦାଚରଣ କରିଥିଲେ କାମାନ୍ଧ ଶିକ୍ଷକ ଜଣକ । ଅସଦାଚରଣର ଶୀକାର ହେବା ପରେ ପୀଡ଼ିତା ଛାତ୍ରୀ ଜଣକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ପରେ ପରିବାର ସଦସ୍ୟଙ୍କୁ ଜଣାଇବା ପରେ ଥାନାରେ ଏନେଇ ଏତଲା ଦେଇଥିଲେ ପୀଡ଼ିତା ।

Leave A Reply

Your email address will not be published.