Latest Odisha News

BREAKING NEWS

ଛାତ୍ରୀଙ୍କୁ କାମୁଡିଲା ବିରୁଡି, ଛୁରୀ ତତାଇ ଚେଙ୍କ ଦେଲେ ଶିକ୍ଷୟିତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବ୍ଲକ ଅଧିନ ଅସରଳାର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ବିରୁଡି କାମୁଡି ଦେବାରୁ ଜଣେ ଶିକ୍ଷୟତ୍ରୀ ତାଙ୍କୁ ଲୁହା ଚେଙ୍କ ଦେଇଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଉଛି ।

ମିଳିଥିବା ଖବର ଅନୁସାରେ, ଗତକାଲି ଅସରଳାର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ପାଠପଢା ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ବେକକୁ ଏକ ବିରୁଡି କାମୁଡି ଦେଇଥି୍ଲା । ଫଳରେ ବିନ୍ଧା ହୋଇଥିବା କାରଣରୁ ଏନେଇ ଛାତ୍ରୀ ଜଣଙ୍କ ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ରଙ୍କୁ ଜଣାଇଥିଲେ । ହେଲେ ଶିକ୍ଷୟତ୍ରୀ ଜଣଙ୍କ ତାଙ୍କୁ ଡାକ୍ତରଖାନା ନେବା ବଦଳରେ ଗ୍ୟାସ୍ ଚୁଲାରେ ଏକ ଛୁରୀକୁ ଗରମ କରି ଛାତ୍ରୀଙ୍କ ବେକରେ ଚେଙ୍କ ଦେଇଥିଲେ ।

ଏହାପରେ ଛାତ୍ରୀଙ୍କର କଷ୍ଟ କମିବ କଣ ଆହୁରି ବଢିଯାଇଥିଲା । ବେକରେ ଫୋଟାକା ମଧ୍ୟ ହୋଇଯାଇଥିଲା । ଅସହ୍ୟ ଜନ୍ତ୍ରଣାକୁ ସହିନପାରି ଛାତ୍ରୀ ଜଣଙ୍କ ଘରକୁ ପଳାଇଥିଲେ । ଘରେ ସବୁ କଥା କହିବାପରେ ଝିଅର କଷ୍ଟକୁ ଦେଖି ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ।

ଏହାପରେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଭେଟି ସମସ୍ତ ଘଟଣା ସଂପର୍କରେ କହିଥିଲେ ଅଭିଭାବକ । ତେବେ ଏଭଳି ଘଟଣା ଘଟିବା ଦୁଃଖଦାୟକ ଏହାସହ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରଧାନଶିକ୍ଷକ । ଅନ୍ୟପଟେ ମୁଁ କଷ୍ଟ ଦେବାକୁ ଜାଣିଶୁଣି ଏପରି କରିନାହିଁ ଛାତ୍ରୀର ଜନ୍ତ୍ରଣା ଦେଖି ତାକୁ ଉପଶମ ଦେବାକୁ ଏପରି କରିଥିବା କହିଛନ୍ତି ସମ୍ପୃକ୍ତ ଶିକ୍ଷୟିତ୍ରୀ ସସ୍ମିତା ମହାପାତ୍ର ।

Leave A Reply

Your email address will not be published.