Latest Odisha News

BREAKING NEWS

ଅଟୋ ଚଳାଇବାବେଳେ ଗୀତ ଗାଆନ୍ତି ଡ୍ରାଇଭର, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକ ଗୀତକୁ ଭଲ ପାଇଥାନ୍ତି । ସେଥିଲାଗି ସେମାନେ ଗୁଣୁଗୁଣୁ ହୋଇଥାନ୍ତି । କେହି ପ୍ୟାଶନ ଭାବେ ଗୀତ ବୋଲିଥାଏ ତ ଆଉ କିଏ ଖୁସି ଲାଗିଲେ ଗୀତ ବୋଲିଥାନ୍ତି । ହେଲେ ନିକଟରେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଜଣେ ଅଟୋ ଡ୍ରାଇଭର ଅଟୋ ଚଳାଇବାବେଳେ ଗୀତ ଗାଉଛନ୍ତି । ତାହା ପୁଣି ମାଇକ୍ ସାହାଯ୍ୟରେ । ଗୋଟିଏ ହାତରେ ଗାଡି ଚଳାଉଥିବାବେଳେ ଅନ୍ୟ ହାତରେ ମାଇକ୍ ଧରି ଗୀତ ଗାଉଥିବା ଦେଖିବାକୁ ମିଳିଛି । ଅଟୋ ଡ଼୍ରାଇଭରଙ୍କ ଏପରି ଉଦ୍ୟମକୁ ଲୋକେ ଖୁବ୍ ପ୍ରଂଶସା କରିଛନ୍ତି ।

ଅଟୋ ଡ୍ରାଇଭର ଜଣକ ତାଙ୍କ ଅଟୋକୁ ଖୁବ୍ ସୁନ୍ଦର ଭାବେ ସଜାଇଛନ୍ତି । ଯାତ୍ରୀଙ୍କୁ ନେବା ବେଳେ ଭିଡ ରାସ୍ତାରେ ଗୀତ ବୋଲିବା ଆରମ୍ଭ କରନ୍ତି । ଗୋଟେ ହାତରେ ମାଇକ୍ ଧରିଥିବା ବେଳେ ଅନ୍ୟ ହାତରେ ଗାଡ଼ି ଚଲାଇଥାନ୍ତି । ରାସ୍ତାରେ ଯାଉଥିବା ପଥଚାରୀ ହେଉ କି ଯାତ୍ରୀଙ୍କର ନଜର ତାଙ୍କ ପାଖକୁ ଟାଣି ଆଣିଥାଏ । ଖାସ କରି ଅଟୋ ପଛରେ ଲେଖାଯାଇଥିବା ଧାଡି ପଥଚାରୀଙ୍କୁ ଖୁବ୍‌ମୁଗ୍ଧ କରିଛି । ବେଶୀ ମୁଗ୍ଧ କରିଛି ତାଙ୍କର ମହମ୍ମର ରଫିଙ୍କ ଗୀତ । ସେ ଅଧିକାଂଶ ସମୟ ମହମ୍ମଦ ରଫିଙ୍କ ଗୀତ ଗାଇଥାନ୍ତି । ଅଧିକାଂଶ ଲୋକ ତାଙ୍କ ଅଟୋରେ ଗୀତ ଶୁଣି ଶୁଣି ଯିବାକୁ ପସନ୍ଦ କରୁଛନ୍ତି ।
ଏହି ଅଟୋ ଡ଼୍ରାଇଭରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଟୋ ଚାଳକଙ୍କୁ ବହୁ ୟୁଜର୍ସ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.