Latest Odisha News

୫ ବର୍ଷରେ ସର୍ବଶ୍ରେଷ୍ଠ ରହିଛି ଟିମ୍ ଇଣ୍ଡିଆର ପ୍ରଦର୍ଶନ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏବେ ନ୍ୟୁଜିଲାଣ୍ଡ ପଛକୁୂ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ୫ ବର୍ଷର ପ୍ରଦର୍ଶନ ବିଚାରକୁ ନେଲେ ଟିମ୍ ଇଣ୍ଡିଆ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ମଧ୍ୟରେ ଭାରତ ୫୧ ଟେଷ୍ଟ ଖେଳି ୩୨ ବିଜୟ ଓ ୮ ଡ୍ର ରଖିଛି । ୧୧ ମ୍ୟାଚରେ ପରାଜିତ ହୋଇଛି । ବିଜୟ ହାର ୬୨.୭୪ ପ୍ରତିଶତ ରହିଛି ।

ଇଂଲଣ୍ଡ ୬୪ ମ୍ୟାଚରୁ ୩୧ରେ ବିଜୟ, ୨୪ରେ ପରାଜିତ ଓ ୯ ମ୍ୟାଚ ଡ୍ର ରଖିଛି । ଅନ୍ୟ ଦେଶ ମଧ୍ୟରେ ଅଷ୍ଟ୍ରେଲିଆ ୪୯ ମ୍ୟାଚରୁ ୨୪ ବିଜୟ, ଦକ୍ଷିଣ ଆଫ୍ରିକା ୪୫ ମ୍ୟାଚରୁ ୨୩ ବିଜୟ ଓ ନ୍ୟୁଜିଲାଣ୍ଡ ୪୦ ମ୍ୟାଚରୁ ୨୨ରେ ବିଜୟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ସବୁଠାରୁ ଭଲ ରହିଛି ।

Leave A Reply

Your email address will not be published.