ଜିମ୍ବାୱେ କୁ ଶେଷ ଏକଦିବସୀୟ ମ୍ୟାଚରେ 13ରନରେ ପରାସ୍ତ କରିଛି ଇଣ୍ଡିଆ । ଶୁଭମାନ ଗିଲଙ୍କ ଶତକ ବଳରେ ଭାରତ ନିର୍ଦ୍ଦାରିତ ଓଭରରେ ୮ ଓ୍ବିକେଟ ହରାଇ ୨୮୯ ରନ କରିଥିଲା ଜବାବରେ ଶେଷ ଓଭରରେ 276 ରନ କରି ଅଲ ଆଉଟ ହୋଇଯାଇଥିଲା ଜିମ୍ବାଓ୍ବେ । ପୂର୍ବରୁ ଦୁଇଟି ଯାକ ଦିନିକିଆ ଜିତିଥିବା ଭାରତ ଶେଷ ମ୍ୟାଚ ଜିତି ସିରିଜ୍ ମୂଳପୋଛ କରିଛି ।
That's that from the final ODI.
A close game, but it was #TeamIndia who win by 13 runs and take the series 3-0 #ZIMvIND pic.twitter.com/3VavgKJNsS
— BCCI (@BCCI) August 22, 2022
ଧାଓ୍ବନ ବ୍ୟକ୍ତିଗତ ଭାବେ ୪୦ ରନ କରି ପ୍ରଥମେ ଆଉଟ ହୋଇଥିବା ବେଳେ ଅଧିନାୟକ କେଏଲ ରାହୁଲ ୩୦ ରନ କରି ଆଉଟ ହୋଇଥିଲେ । ଶୁଭମାନ ଗିଲ ୯୭ ବଲରୁ ୧୫ ଚୌକା ଏବଂ ୧ ଛକା ସହାୟତାରେ ୧୩୦ ରନ କରି ଆଉଟ ହୋଇଥିଲେ । ଇଶାନ ବ୍ୟକ୍ତିଗତ ଭାବେ ୫୦ ରନ କରି ଆଉଟ ହୋଇଥିଲେ । ସଞ୍ଜୁ ସାମସନ୍ ୧୫ରନ, ଅକ୍ଷର ପଟେଲ ୧ରନ କରି ଆଉଟ ହୋଇଛନ୍ତି । ୨୯୦ରନର ଲକ୍ଷ୍ୟ ନେଇ ଖେଳିଥିବା ଜିମ୍ବାଓ୍ବେ ର ସିକନ୍ଦର ରାଜା ଓ ବ୍ରାଡ ଇଭାନ୍ସ ଦମଦାର ଖେଳ ପ୍ରଦର୍ଶନ କରି ବିଜୟ ଅଭିମୁଖେ ଜିମ୍ବାଓ୍ବେକୁ ଆଗେଇ ନେଉଥିବା ବେଳେ ଆଉଟ ହୋଇଥିଲେ । ରାଜା ୯୫ଟି ବଲରେ ୧୧୫ ରନ କରି ଜିମ୍ବାଓ୍ବେ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଇଭାନ୍ସ ୨୮ ରନ କରିଥିବାବେଳେ ସିନ ଓ୍ବିଲିୟମ୍ସ ୨୮ ରନ କରିଥିଲେ । ସିନ ଓ୍ବିଲିୟମସ 45 ରନ କରିଥିଲେ । ଏପରିକି ଭାରତ ହାରିଯିବ ବୋଲି ଲାଗୁଥିବା ବେଳେ ଶେଷ ଦୁଇ ଓଭରରେ ଭାରତୀୟମାନେ ଭଲ ବୋଲିଂ କରି ବିଜୟ ଲାଭ କରିଥିଲେ । ଭାରତ ପକ୍ଷରୁ ଅଭେସ ଖାଁ ୩ଟି ଓ୍ବିକେଟ ନେଇଥିବା ବେଳେ ଅକ୍ଷର ପଟେଲ, କୂଳଦୀପ ଯାଦବ ଓ ଦୀପକ ଚହର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
Comments are closed.