Latest Odisha News

BREAKING NEWS

ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପି ନେତା ଗିରଫ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂ ପୁଣି ଥରେ ଅଡୁଆରେ। ମୁସଲିମ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହାପରେ ହାଇଦ୍ରାବାଦ ପୋଲିସ ଆଜି ସକାଳେ ତାଙ୍କୁ ଗିରଫ କରିଛି। ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଆଧାରରେ ପୋଲିସ ଗିରଫ କରିଛି।

ଟି.ରାଜା ବିବାଦୀୟ ମନ୍ତବ୍ୟ ଦେବା ପରେ ବହୁ ସଂଖ୍ୟକ ମୁସଲମାନ ହାଇଦ୍ରାବାଦ କମିଶନରଙ୍କ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇ ଟି.ରାଜା ସିଂଙ୍କୁ ଗିରଫ କରିବାକୁ ନାରା ଦେଇଥିଲେ। ନିକଟରେ ଗୋଶାମାହାଲ ଆସନରୁ ବିଧାୟକ ଟି.ରାଜା ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରୁ ଏହି ବିବାଦ ଜନ୍ମ ନେଇଛି।

ଏହି ଭିଡିଓ ପରେ ବହୁ ସଂଖ୍ୟକ ମୁସଲମାନ ତାଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ବହୁ ସଂଖ୍ୟାରେ ତେଲେଙ୍ଗାନାର ବିଭିନ୍ନ ପୋଲିସ୍ ଷ୍ଟେସନ ବାହାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ।

ଏବେ ହାଇଦ୍ରାବାଦ ଦାବିରପୁରା ପୋଲିସ ଟି.ରାଜା ସିଂଙ୍କ ବିରୋଧରେ ୧୫୩ଏ, ୨୯୫ ଏବଂ ୫୦୫ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଗିରଫ ହେବା ପରେ ଟି.ରାଜା ସିଂ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ବିବୃତ୍ତିକୁ ଭୁଲ ଭାବେ ନିଆଯାଇଛି। ସେ କହିଛନ୍ତି ମୁଁ କାହା ବିରୋଧରେ କିଛି କହିନାହିଁ।

ଏହାପୂର୍ବରୁ ନୂପୁର ଶର୍ମା ଟିଭି ବିତର୍କରେ ସାମିଲ ହୋଇ ପ୍ରୋଫେଟଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ନୂପୂରଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏତଲା ହୋଇଛି। ହେଲେ କୋର୍ଟର ଦ୍ୱାରସ୍ଥ ହୋଇ ନୂପୁର ଶର୍ମା ଗିରଫଦାରୀରୁ ଏଯାବତ ସୁରକ୍ଷା ପାଇଛନ୍ତି।

Leave A Reply

Your email address will not be published.