Latest Odisha News

BREAKING NEWS

ଲାଞ୍ଚ ନେଇ ଧରା ପଡ଼ିଲେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ କୁମାର ରାଉତ । ଜଣେ ପୂର୍ବତନ ଏଲ୍ଏଲବି ଛାତ୍ରଙ୍କ ସାର୍ଟିଫିକେଟ୍ ଦେବା ପାଇଁ ଲାଞ୍ଚ ନେବା ବେଳେ ମୁଖ୍ୟ କିରାଣି ଉତ୍ତମ ରାଉତ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଛାତ୍ର ଜଣଙ୍କୁ ସାର୍ଟିଫିକେଟ୍ ଦେବା ଲାଗି ଉତ୍ତମ ୧୦ ହଜାର ଟଙ୍କା ଦାବି କରିଥିଲେ । ପରେ ୮ ହଜାର ୫ ଶହ ଟଙ୍କା ନେବେ ବୋଲି ରାଜି ହୋଇଥିଲେ ।

ଆଜି ୮ ହଜାର ୫ ଶହ ଟଙ୍କା ଉତ୍ତମ ଛାତ୍ର ଜଣଙ୍କ ଠାରୁ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଉତ୍ତମଙ୍କ ପୈତୃକ ଘରେ ରେଡ୍ କରିଛି । ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଓ ରେଡ୍ ଜାରି ରହିଛି ।

Leave A Reply

Your email address will not be published.