Latest Odisha News

BREAKING NEWS

ବଙ୍ଗୋପସାଗରରେ ଅବପାତର ରୂପ ନେଉଛି ଲଘୁଚାପ, ୧୬ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଅବପାତର ରୂପ ନେଉଛି । ଫଳରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହା ପ୍ରଭାବରେ ଓଡିଶାରେ ଆସନ୍ତା ୧୬ ଓ ୧୭ ତାରିଖରେ ପ୍ରବଳ ବୃଷ୍ଟିପାତ ହେବାନେଇ ଆଶଙ୍କା କରାଯାଉଛି ।

ଏଥିସହିତ ଆସନ୍ତା ୧୫ ତାରିଖ ମଧ୍ୟରେ ଏହି ଅବପାତ ଘୂର୍ଣ୍ଣିଝଡ଼ରେ ରୂପାନ୍ତରିତ ହେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ ବୋଲି ବିଭାଗ ଆକଳନ କରିଛି।

ବର୍ତ୍ତମାନ ଏହା ଆନ୍ଧପ୍ରଦେଶର ମଛଲିପଟ୍ଟନମଠାରୁ ୧୩୫୦ କିମି, ତାମିଲନାଡୁର ଚେନ୍ନାଇ ଠାରୁ ୧୧୫୦ କିମି. ଦୂରରେ ରହିଛି । ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଜଣାପଡିଛି ।

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟରେ ସାମାନ୍ୟ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.