Latest Odisha News

BREAKING NEWS

ଉପାସରେ ମହାପ୍ରଭୂ ଲିଙ୍ଗରାଜ: ଗତରାତିରୁ ବନ୍ଦ ରହିଛି ନୀତିକାନ୍ତି, ଅସନ୍ତୋଷ ଭକ୍ତ

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦକୁ ନେଇ ନୀତିକାନ୍ତି ବନ୍ଦ ଥିବା ନେଇ ସୂଚନା ମିଳିଛି। ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ ରହିଛି। ଲିଙ୍ଗରାଜ ମନ୍ଦିରର ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି, ଗତକାଲିଠାରୁ ନୀତିକାନ୍ତି ବନ୍ଦ ରହିଛି। ସନ୍ଧ୍ୟାଧୂପ ପରେ ବିନ୍ଦୁ ସାଗରରୁ ପବିତ୍ରାର୍ପଣ ଚତୁଦର୍ଶି ନିମନ୍ତେ ସାତ ଗୋଟି ପଇତା ଧୁଆ ହୋଇ ଆସିବ କଥା। ହେଲେ ଏହା ଆସି ନାହିଁ। ସେଥିପାଇଁ ନୀତି ବନ୍ଦ ରହିଛି। ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ।

ଆଜି ପବିତ୍ରାର୍ପଣ ଚତୁଦର୍ଶି। ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା। ହେଲେ ଏହା ହୋଇ ନାହିଁ। ଜାଣିଶୁଣି ଦେବ ନୀତିରେ ଏଭଳି ଅଣଦେଖା କରାଯାଉଛି  । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସେନ୍ତାଷ ପ୍ରକାଶ ପାଇଛି । ସେପଟେ ଏପରି ବିଭ୍ରାଟ ପାଇଁ  ଦେବତ୍ତୋର ବିଭାଗ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି ଏକାମ୍ର ଜାଗରଣ ମଞ୍ଚର ସଭାପତି ।  କାରଣ ବିଗତ କିଛି ବର୍ଷ ହେବ ନିୟମିତ ଭାବେ ସମାନ ସ୍ଥିତି ଉପୁଜୁଛି । ତଥାପି କୌଣସି ସମାଧାନ ହୋଇପାରୁନି । ଯାହାଫଳରେ ଦିଅଁଙ୍କ  ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କର ଦେବୋତ୍ତର ବିଭାଗ ଉପରୁ ଆସ୍ଥା କମିବାରେ ଲାଗିଛି ।

 

Comments are closed.