Latest Odisha News

ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଉତ୍ତେଜନା: ହଷ୍ଟେଲ ନମିଳିବାକୁ ନେଇ ଛାତ୍ରଙ୍କ ଧାରଣା

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା  । ପିଜି ନାମଲେଖାର ଏକ ମାସ ବିତିଯାଇଛି  । ହେଲେ ହଷ୍ଟେଲ ପାଇଁ  ଆଲର୍ଟମେଣ୍ଟ ହୋଇପାରିଲାନାହିଁ  । ଯାହାକୁ ନେଇ ତାତିଛନ୍ତି ଛାତ୍ର  । ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଶତାଧିକ ଛାତ୍ର ଧାରଣା ଦେବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଛି । ପିଜି ନାମଲେଖା ପରେ ପାଠପଢା ଆରମ୍ଭ ହୋଇଛି  । ହେଲେ ରହିବା ପାଇଁ ପିଲାଙ୍କୁ ହଷ୍ଟେଲ ମିଳିନି । ଯାହାଫଳରେ ଏକା ମାସ ଧରି ପିଲାମାନେ ନାନା ସମସ୍ୟା ଭୋଗୁଛନ୍ତି । ନା ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସମାଧାନ କରୁଛନ୍ତି ନା ଛାତ୍ର ମାନଙ୍କୁ ହଷ୍ଟେଲରେ ରହିବାକୁ ସୁଯୋଗ ଦେଉଛନ୍ତି । ଏ ନେଇ କର୍ତ୍ତୃପକ୍ଷଙ୍କ  ମନମୁଖୀ ନୀତି ବିରୋଧରେ ଛାତ୍ରମାନେ ନାରାବାଜି ସହ ଧାରଣା ଦେଇଛନ୍ତି ।

ପାଖାପାଖି ୩୦୦ରୁ ୪୦୦ ଛାତ୍ର ଉଭୟ ପିଜି ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ପ୍ରଥମ ବର୍ଷର ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଆଲର୍ଟମେଣ୍ଟ କରାଯାଉ ଏବଂ ଦ୍ବିତୀୟ ବର୍ଷର ଛାତ୍ର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଅନ୍ତେବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ହଷ୍ଟେଲ ଓ୍ବାର୍ଡେନ ଜାଣିବା ପରେ ଆସନ୍ତାକାଲି  ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି  କହିଛନ୍ତି । ତେଣୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଛାତ୍ର ମାନଙ୍କୁ ଅପେକ୍ଷା କରିବା ସହ ଧାରଣାରୁ ଉଠିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.