Latest Odisha News

BREAKING NEWS

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଲେ ଡିଜିପି

କଟକ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ଡିଜିପିଙ୍କ ରିପୋର୍ଟ ତଲବ। ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଲେ ଡିଜିପି ୱାଇ. ବି. ଖୁରାନିଆ। ରିପୋର୍ଟ ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ କହିଲେ ଡିଜିପି। ଆହତ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ବିଗୁଡ଼ୁଥିବା ଏବଂ ତାଙ୍କୁ ପରିବାର ଲୋକଙ୍କୁ ଭେଟିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ପରେ ଆଜି ପୁଣି ରାସ୍ତାକୁ ଓହ୍ଲାଇ ହଙ୍ଗାମା କରିଛନ୍ତି ସ୍ଥାନୀୟ ଚଣ୍ଡିପ୍ରସାଦ ଗାଁ ଲୋକେ। ଦିନ ୨ଟାରୁ ବନ୍ଦ ରହିଥିଲା କଟକ-ଭୁବନେଶ୍ବର ମୁଖ୍ୟ ରାସ୍ତା।

ଏପଟେ ପ୍ରବଳ ଉତ୍ତେଜନା ପରେ ବାରଙ୍ଗ ଥାନା ନିକଟରେ ୫ ପ୍ଲୁଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ସେପଟେ କଟକ ଡିସିପି ଥାର୍ଡ ଡିଗ୍ରୀ ଅଭିଯୋଗକୁ ଅସ୍ବୀକାର କରିଥିବା ବେଳେ ଏ ଘଟଣାରେ ସିପିଙ୍କୁ ରିପୋର୍ଟ ମାଗିଛନ୍ତି ପୋଲିସ ଡିଜି। ଆକ୍ରୋଶରୁ ରାସ୍ତାରୋକ, ଆନ୍ଦୋଳନରୁ ଉତ୍ତେଜନା, ଆଉ ପୋଲିସ ସହ ମୁହାଁମୁହିଁ ସ୍ଥିତି। ଉତ୍ତ୍ୟକ୍ତ ଲୋକେ ହଟିବାକୁ ନାରାଜ, ଏପଟେ ଜନତାଙ୍କୁ ସାବାଡ଼ କରିବାକୁ ପ୍ରସ୍ତୁତ ସଶସ୍ତ୍ର ବାହିନୀ। କଟକ-ଭୁବନେଶ୍ବର ମୁଖ୍ୟ ରାସ୍ତାର ଇଏ ବାରଙ୍ଗ ପୋଲିସ ଷ୍ଟେସନ ଛକ। ହଠାତ ରାସ୍ତାରେ ଏକାଠି ହୋଇଥିଲେ ସ୍ଥାନୀୟ ଚଣ୍ଡିପ୍ରସାଦ ଗାଁ ଲୋକେ। ଆଉ ରାସ୍ତା ଉପରେ ଧାରଣାରେ ବସିଥିଲେ। ଦାବି ଥିଲା, ୫ ଦିନ ତଳେ ବାରଙ୍ଗ ପୋଲିସ ଥାର୍ଡି ଡିଗ୍ରୀରେ ଗୁରୁତର ଆହତ ହୋଇଥିବା ରାକେଶ୍ ବେହେରା ଏବେ କେଉଁଠି ? ତାଙ୍କ ଅବସ୍ଥା କେମିତି ଅଛି ?

ପୋଲିସକୁ ଏଇ ପ୍ରଶ୍ନ କରିବା ଭିତରେ ବାରଙ୍ଗ ଛକରେ ରୁଣ୍ଡ ହୋଇ ସାରିଥିଲେ ଶତାଧିକ ଲୋକେ। ଆଉ ସେପଟେ କଟକ ଆଉ ଏପଟେ ଭୁବନେଶ୍ବର ରାସ୍ତାରେ ଅଟକ ରହିଥିଲା ଶହ ଶହ ସଂଖ୍ୟାରେ ଗାଡ଼ି। ପୋଲିସ ଆସି ଯେତେ ବୁଝାଶୁଝା କିରଥିଲେ ବି ପରିସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା। ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଥିଲେ ରାକେଶଙ୍କ ବାପା ଓ ମାଆ। ଏପଟେ ଉତ୍ୟକ୍ତ ଲୋକେ ରାସ୍ତାରୁ ନହଟିବାରୁ ଘଟଣାସ୍ଥଳକୁ ଆସିଥିଲେ ୫୦ ଅଫିସର ଓ ୫ ପ୍ଲାଟୁନରୁ ଅଧିକ ଫୋର୍ସ। ଏହାସତ୍ତ୍ବେ ରାସ୍ତାରୁ ହଟିନଥିଲେ ଲୋକେ। ଆଉ ନାକେଦମ ହୋଇଥିଲେ ଯାତ୍ରୀ, ଗାଡ଼ି ମୋଟର।

Leave A Reply

Your email address will not be published.