Latest Odisha News

BREAKING NEWS

ପୂନର୍ବାର ଶତକ ସୁଯୋଗ ହାତଛଡା କଲେ ବୈଭବ

ମୁଲ୍ଲାପୁର: ଚଳିତ ଆଇପିଏଲର କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀ ପୂନର୍ବାର ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ବୈଭବ ୯୭ ରନର ଇନିଂସ ଖେଳିଥିଲେ । ତାଙ୍କ ଇନିଂସ ବଳରେ ରାଜସ୍ଥାନ ୨୧୫ ରନର ଲକ୍ଷ୍ୟ ଗୁଜରାଟ ସମ୍ମୁଖରେ ରଖିଛି । ଏଲିମିନେଟର ପରେ ଏଥର ମଧ୍ୟ ବୈଭବ ଶତକ ସୁଯୋଗ ହାତଛଡା କରିଛନ୍ତି । ସେ ୪୭ ବଲରେ ୮ ଚୌକା ଓ ୭ ଛକା ସହାୟତାରେ ୯୭ ରନ କରିଥିବା ବେଳେ କାଗିସୋ ରାବାଡାଙ୍କ ବଲରେ ଆଉଟ ହୋଇ ଯାଇଥିଲେ ।

ବୈଭବଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ୪୫ ଓ ଡୋନୋବେନ ଫରେରା ୩୮ ରନ କରି ଅପରାଜିତ ରହିଥିଲେ । ଗୁଜରାଟ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ରାବାଡା ଓ ଜାସନ ହୋଲ୍ଡର ୨ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚର ବିଜେତା ଫାଇନାଲରେ ଗତ ସଂସ୍କରଣର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରଙ୍କୁ ଭେଟିବ । ଯଶସ୍ୱୀ ଜୈସୱାଲ, ଧ୍ରୁବ ଜୁୂରେଲ ଓ ରିୟାନ ପରାଗ ଏହି ମ୍ୟାଚରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ।

Leave A Reply

Your email address will not be published.