Latest Odisha News

BREAKING NEWS

ମଦ ପାଇଁ ମହାଭାରତ, ୨ ଗୁରୁତର

ଗଞ୍ଜାମ: ମଦ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି। ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି । ୨ଜଣ ଯୁବକଙ୍କୁ ୧୫ରୁ ଅଧିକ ଲୋକ ମରଣାନ୍ତକ ଆକ୍ରମଣ କରିଛନ୍ତି । ଫଳରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସୁବାସ ପଣ୍ଡା ଓ ରଞ୍ଜନ ସାହୁ ଥିବା ଜଣାପଡିଛି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.