Latest Odisha News

BREAKING NEWS

ଟ୍ରକ୍ ଧକ୍କାରେ କଲେଜ ଛାତ୍ରୀ ଆହତ ପରେ ଉତ୍ତେଜନା

ଭଦ୍ରକ: ଦୁର୍ଘଟଣାରେ କଲେଜ ଛାତ୍ରୀ ଆହତ ପରେ ଉତ୍ତେଜନା । ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଭାଙ୍ଗିଲେ ଉତ୍ୟକ୍ତ ଛାତ୍ର । ଆହତ ଛାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଛାତ୍ରୀ ଜଣକ ଏକ ସ୍କୁଟିରେ କଲେଜ ଆସୁଥିଲେ । ଏହି ସମୟରେ ଏକ ପାଣି ଟାଙ୍କି ଗାଡି ଭଦ୍ରକ କଲେଜ ଗେଟ୍ ନିକଟରେ ଧକ୍କା ଦେଇଥିଲା । ଏହାପରେ କଲେଜ ମୁଖ୍ୟ ଫାଟକକୁ ତାଲା ପକାଇ ନାରାବାଜି ଦେଉଛନ୍ତି ଉତ୍ୟକ୍ତ ଛାତ୍ର । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.