Latest Odisha News

BREAKING NEWS

ଓଡ଼ିଶା ଉପକୂଳରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ତଥା ଆଣବିକ କ୍ଷମତା ସମ୍ପନ୍ନ ପୃଥ୍ୱୀ-୨ କ୍ଷେପଣାସ୍ତ୍ର ଓଡ଼ିଶା ଉପକୂଳ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର ୩ ନଂ ଲଞ୍ଚପ୍ୟାଡ଼ରୁ ସଫଳ ଉତକ୍ଷେପଣ ହୋଇଛି ।

୩୫୦ କିମି ଦୂରତାକୁ ଭେଦ କରିପାରୁଥିବା ଏହି ଆଣବିକ କ୍ଷମତା ସମ୍ପନ୍ନ ମିସାଇଲଟି ଶନିବାର ରାତି ୮ଟା ୩୨ ମିନିଟରେ ଏକ ମୋବାଇଲ ଲଞ୍ଚର୍ ରୁ ସମୁଦ୍ରକୁ ଉତକ୍ଷେପଣ କରାଯାଇଥିଲା । ମାତ୍ର ୭ରୁ ୧୦ ମିନିଟ ମଧ୍ୟରେ ହିଁ ଟାର୍ଗେଟକୁ ସଫଳତାର ସହିତ ଭେଦ କରିପାରିଥିଲା ପୃଥ୍ୱୀ-୨ କ୍ଷେପଣାସ୍ତ୍ର ।

ଡ଼ିଆରଡ଼ିଓ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା ‘ପୃଥ୍ୱୀ-୨ ଏକ ନିୟମିତ ପରୀକ୍ଷଣ । ଏହା କହିଛନ୍ତି ଡ଼ିଆରଡ଼ିଓର ବୈଜ୍ଞାନିକ ।

ଏହି କ୍ଷେପଣାସ୍ତ୍ରରେ ଉଭୟ ତରଳ ତଥା କଠିନ ଇନ୍ଧନ ବ୍ୟବହୃତ ହୋଇପାରିବ । ୫୦୦ କେଜି ଓଜନର ମାରଣାସ୍ତ୍ର ବହନ କରିବାର କ୍ଷମତା ଏହି ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ରହିଛି ।

Leave A Reply

Your email address will not be published.