Latest Odisha News

BREAKING NEWS

ମାତ୍ର ଅଢେଇ ଦିନରେ ଖେଳ ଶେଷ, ଭାରତର ଦମଦାର୍ ବିଜୟ

ରାଜକୋଟ: ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ରାଜକୋଟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଇନିଂସ ଓ ୨୭୨ ରନରେ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରିପାରିଛି । ଏହି ଦୁଇ ଟିକିଆ ମ୍ୟାଚର ଟେଷ୍ଟ ସିରଜର ୧ମ ମ୍ୟାଚ ଜିତି ଭାରତ ୧-୦ରେ ଆଗୁଆ ରହିଛି ।

କପ୍ତାନ ବିରାଟ କୋହଲୀଙ୍କ ଭାରତୀୟ ଦଳ ୧ମ ଇନିଂସରେ ୬୪୯ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ୱେଷ୍ଟ ଇଣ୍ଡିଜ କିନ୍ତୁ ୧ମ ଇନିଂସରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟି ମାତ୍ର ୧୮୧ ରନ କରିବାକୁ ସକ୍ଷମ ହୋଇଥିଲା ।


୧ମ ଇନିଂସରେ ଭାରତ ପକ୍ଷରୁ ୩ଟି ଶତକ ହାସଲ ହୋଇଥିଲା । ଅଧିନାୟକ ବିରାଟ ୧୩୯, ଓପନର୍ ପୃଥ୍ୱୀ ୧୩୪ ଏବଂ ଅଲରାଉଣ୍ଡର୍ ରବିନ୍ଦ୍ର ଜାଡ଼େଜା ୧୦୦ ରନ କରିଥିଲେ । ସେହିପରି ୱିକେଟ ରକ୍ଷକ ଋଷଭ ପନ୍ଥ ୯୨ ଓ ଅନୁଭବୀ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୮୬ ରନ କରିଥିଲେ ।

ୱେଷ୍ଟ ଇଣ୍ଡିଜର ୨ୟ ଇନିଂସରେ ଭାରତୀୟ ବୋଲର୍ କୁଲଦୀପ ଯାଦବ ୫ଟି ୱିକେଟ ନେଇ ବିପକ୍ଷ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ୧ମ ଇନିଂସରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ୪ଟି ଓିକେଟ ହାସଲ କରିଥିଲେ ।

Leave A Reply

Your email address will not be published.