Latest Odisha News

BREAKING NEWS

ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ; ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି: ନବୀନ

ଭୁବନେଶ୍ବର: ପ୍ରଥମରୁ ୮ମ ଶ୍ରେଣୀ ନୂଆ ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନବୀନ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ବିଦ୍ୟାଳୟର ପୁସ୍ତକ କେବଳ ବହି ନୁହେଁ, ପ୍ରତ୍ୟେକ ଶିଶୁ ପାଇଁ ଏହା ହେଉଛି ସତ୍ୟ ଓ ତଥ୍ୟ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ । ଶିଶୁଟିଏ ଅନେକ କଥାକୁ ପ୍ରଶ୍ନ କରିପାରେ, କିନ୍ତୁ ସ୍କୁଲ ପାଠ୍ୟପୁସ୍ତକରେ ଛପା ହୋଇଥିବା ଶବ୍ଦକୁ କେବେ ସନ୍ଦେହ କରେ ନାହିଁ । ପାଠ୍ୟପୁସ୍ତକ ପ୍ରତି ସେମାନଙ୍କର ଅଗାଧ ବିଶ୍ୱାସ ଓ ଆସ୍ଥା ରହିଥାଏ ।

ସ୍କୁଲ ପାଠ୍ୟପୁସ୍ତକରୁ ଗୋଟିଏ ପୀଢ଼ି କେବଳ ତଥ୍ୟ ଶିଖେ ନାହିଁ, ବରଂ ବ୍ୟବସ୍ଥା ଓ ସମାଜ ପ୍ରତି ବିଶ୍ୱାସ ଏବଂ ଆସ୍ଥା ଗଢ଼ି ଉଠେ । ହେଲେ ଏବେ ସେହି ବିଶ୍ୱାସ କ୍ଷୁର୍ଣ୍ଣ ହୋଇଛି, କ୍ଷତି କେବଳ ମୁଦ୍ରଣ ତ୍ରୁଟିରେ ସୀମିତ ରହି ନାହିଁ; ଏହା ଆମ ପିଲାମାନଙ୍କ ଭବିଷ୍ୟତର ମୂଳଦୁଆ ଉପରେ ଆଘାତ ଦେଇଛି ।

ସ୍କୁଲ ପାଠ୍ୟପୁସ୍ତକ ପ୍ରତି ଓଡ଼ିଶାର ବିଜେପି ସରକାର କରିଥିବା ଚରମ ଅବହେଳା ଏହି ପବିତ୍ର ବିଶ୍ୱାସକୁ ଭାଙ୍ଗି ଦେଇଛି । ଏହାର ଶିକାର ହୋଇଛନ୍ତି ଆମର ଲକ୍ଷ ଲକ୍ଷ ନିରୀହ ଛାତ୍ରଛାତ୍ରୀ; ଯେଉଁମାନେ ହେଉଛନ୍ତି ଓଡ଼ିଶାର ଭବିଷ୍ୟତ, ଆଗାମୀକାଲିର ବାର୍ତ୍ତାବହ ।

ଭୁଲରେ ଭରା ପାଠ୍ୟପୁସ୍ତକ ଛାପିବା ଏବଂ ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ବାରମ୍ବାର ନିଷ୍ପତ୍ତି ବଦଳାଇ, ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି।

ସରକାର ହୁଏତ ପରବର୍ତ୍ତୀ ସଂସ୍କରଣରେ ପାଠ୍ୟପୁସ୍ତକର ତ୍ରୁଟି ସୁଧାରିପାରନ୍ତି। କିନ୍ତୁ ଆମ ଓଡ଼ିଆ ପିଲାମାନଙ୍କର ଏକ ସମ୍ପୂର୍ଣ୍ଣ ପୀଢ଼ିର ବିଶ୍ୱାସକୁ ଭାଙ୍ଗିଦେବାକୁ ହୋଇଥିବା ଉଦ୍ୟମ ପାଇଁ ଉତ୍ତରଦାୟୀ କିଏ ହେବ? କୋମଳମତି ପିଲାମାନଙ୍କ ଆସ୍ଥା ଉପରେ ଯେଉଁ ଆଘାତ ହୋଇଛି, ତା’କୁ କ’ଣ କୌଣସି ସଂଶୋଧନ କେବେ ଭରିପାରିବ?

Leave A Reply

Your email address will not be published.