Latest Odisha News

BREAKING NEWS

ଥାଇଲ୍ୟାଣ୍ଡ: ଡଙ୍ଗାରେ ଲାଗିଲା ନିଆଁ, ସମୁଦ୍ରକୁ ଡେଇଁ ଅଳ୍ପକେ ବର୍ତ୍ତିଲା ୧୦୮ ଜୀବନ

ବ୍ୟାଙ୍କକ: ଗୁରୁବାର ସକାଳେ ଥାଇଲ୍ୟାଣ୍ଡ ସମୁଦ୍ର କୂଳରେ ଏକ ଡଙ୍ଗାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁବା ଆରମ୍ଭ କରିଥିଲେ । ଜାହାଜରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୁରଟ ଥାନି ପ୍ରଦେଶରୁ ଏକ ଡଙ୍ଗା ଥାଇ ଉପକୂଳର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ କୋହ ତାଓରେ ପହଞ୍ଚିବାକୁ ଯାଉଥିଲା | ହଠାତ ଡଙ୍ଗାରେ ନିଆଁ ଲାଗିଯିବା ସହ ଏକ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ ଯାତ୍ରୀମାନେ l ପାଞ୍ଚ ମିନିଟରୁ କମ୍ ସମୟ ମଧ୍ୟରେ ଧୂଆଁ ଓ ନିଆଁ ବ୍ୟାପିଯିବା ସହ ଲୋକମାନେ ହୋହାଲ୍ଲା କରି ସତର୍କ ହୋଇଯାଇଥିଲେ l ନିଆଁ ର ପ୍ରକୋପରୁ ରକ୍ଷା ପାଇବା ପାଇଁ ଡଙ୍ଗାରେ ଥିବା ୧୦୮ ଯାତ୍ରୀ ସମୁଦ୍ରକୁ ଡେଇଁ ଥିଲେ l କିଛି ସମୟ ପରେ ସ୍ଥାନୀୟ ପ୍ରସାଶନ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା l

ଜଣେ ଯାତ୍ରୀ ପ୍ରମଜମ୍ପା ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ “ଆମେ କଷ୍ଟରେ ଲାଇଫ୍ ଜ୍ୟାକେଟ୍ ପାଇଥିଲୁ । ଏହା ଅତ୍ୟନ୍ତ ଭୟାନକ ଦୃଶ୍ୟ ଥିଲା। ଲୋକମାନେ କାନ୍ଦୁଥିଲେ … ମୋର ଏ ଦୃଶ୍ୟ ଦେଖି ଆଖିରେ ମଧ୍ୟ ଲୁହ ଆସିଯାଇଥିଲା।”

ସୂଚାନଯୋଗ୍ୟ ଯେ, ଏହି ଜାହାଜରେ ୯୭ ଜଣ ସୁରଟ ଥାନିରୁ ଆସିଥିଲେ। ପ୍ରଦେଶର ଜନସମ୍ପର୍କ ବିଭାଗ କହିଛି ଯେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି ଏବଂ ଏଥିରେ କୌଣସି ଲୋକ ମୃତାହତ ହୋଇନାହାନ୍ତି । ଠିକଣା ସମୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.