Latest Odisha News

BREAKING NEWS

କେଜ୍ରିଓ୍ବାଲ୍‌ ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦ୍ୱିତୀୟ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନିତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ସମୟ ଭିତରେ କେଜ୍ରିୱାଲଙ୍କୁ କୋର୍ଟରୁ ଏକ ବଡ ଆଶ୍ୱସ୍ତି ମିଳିଛି । କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆଉ ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଖବର ମୁତାବକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିୱାଲଙ୍କୁ ହଟାଇବାକୁ ନିର୍ଦ୍ଦେଶ ଲୋଡିଥିବା ଅନ୍ୟ ଏକ ପିଏଲ ଉପରେ ବିଚାର କରିବାକୁ ଆଜି ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି । ଏହି ପ୍ରସଙ୍ଗରେ ପଦକ୍ଷେପ ନେବା ଏଲଜି ଏବଂ ରାଷ୍ଟ୍ରପତିଙ୍କ ଅଧୀନରେ ଅଛି ବୋଲି କୋର୍ଟ କହିଛନ୍ତି ।

ଅନ୍ୟପଟେ, ଜ୍ରିୱାଲଙ୍କୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେ ଜେଲ୍‌ ରେ ରହି ଧ୍ୟାନ କରିବା, ବହି ପଢିବା ଏବଂ ଯୋଗ କରିବାରେ ସମୟ ଅତିବାହିତ କରୁଛନ୍ତି । ତେଣୁ କେଜ୍ରିୱାଲଙ୍କୁ ଇଲେକ୍ଟ୍ରିକ୍ କେଟିଲ୍, ଟେବୁଲ୍ ଏବଂ ପଢିବା ପାଇଁ ଚୌକି ଦେବାକୁ ତିହାର ଜେଲକୁ କହିଛନ୍ତି । ଏଥିସହ ଜେଲ୍ ମାନୁଆଲର ଏକ କପି ମଧ୍ୟ ପ୍ରଦାନ କରିବାକୁ କୋର୍ଟ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କୋଠରୀରେ ୨୦ଟି ଚ୍ୟାନେଲ ସହିତ ଏକ ଟିଭି ଯୋଗାଇ ଦିଆଯାଇଛି, କିନ୍ତୁ ସେ ଏହାକୁ ଦେଖିବାକୁ ବହୁତ ପସନ୍ଦ କରନ୍ତି ନାହିଁ ।

କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ସେ କିଛି ସାମଗ୍ରୀ ବ୍ୟବହାର ପାଇଁ ଅନୁମତି ମାଗିଥିଲେ । ସ୍ୱତନ୍ତ୍ର ଜଜ୍ କାବେରୀ ବାୱେଜା ଆବେଦନ ଅନୁସାରେ କେଜ୍ରିୱାଲଙ୍କୁ ଏହି ସବୁ ସାମଗ୍ରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ କେଜ୍ରିୱାଲ । ଇଡି ତାଙ୍କୁ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି । ଏପ୍ରିଲ ୧ରେ ଇଡିର ରିମାଣ୍ଡ ଅବଧି ସରିବା ପରେ ଉକ୍ତ କୋର୍ଟ ତାଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ତିହାର ଜେଲ୍ କୁ ପଠାଇ ଦେଇଛନ୍ତି ।

Leave A Reply

Your email address will not be published.