Latest Odisha News

BREAKING NEWS

ସିଏଏକୁ ଥଲପତି ବିଜୟଙ୍କ ବିରୋଧ

ତାମିଲନାଡୁ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ଦେଶରେ ଲାଗୁ କରିଛନ୍ତି ଗୃହ କେନ୍ଦ୍ର ମନ୍ତ୍ରାଳୟ । ଯାହାକୁ ବିରୋଧ କରିଛନ୍ତି ବିରୋଧୀ । ସାଉଥ ସୁପରଷ୍ଟାର ଥଲପତି ବିଜୟ ସିଏଏକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହା ସହ ତାମିଲନାଡୁ ସରକାରଙ୍କୁ ଏହି ଆଇନ ଲାଗୁ ନକରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଥଲପତି ବିଜୟ ତାଙ୍କ ବୟାନରେ ସ୍ପଷ୍ଟ କରିଛନ୍ତି କି ତାଙ୍କ ରାଜ୍ୟରେ ସେ ସିଏଏ ଲାଗୁ କରିବାକୁ ଦେବେନି । ଥଲପତି ବିଜୟ ତାମିଲରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଦେଶରେ ସିଏଏ ଲାଗୁ କରିବା ଉଚିତ ନୁହେଁ । ୨୦୧୯ ଭାରତୀୟ ନାଗରିକତା ସଂଶୋଧନ ଅଧିନିୟମ ଅନୁଯାୟୀ ସିଏଏ ପରି ଦେଶରେ କୌଣସି ବି ଆଇନ ଲାଗୁ କରିବା ଅନିବାର୍ଯ୍ୟ ।

ତାମିଲନାଡ଼ୁ ଅଭିନେତା ସରକାରଙ୍କୁ ଅନୁରୋଧ କରି ଲେଖିଛନ୍ତି ଏହି ଆଇନ ତାମିଲନାଡୁରେ ଲାଗୁ ନକରିବାକୁ । ବିରୋଧୀ ଦଳ ନେତା ମଧ୍ୟ ସିଏଏକୁ ନେଇ କେନ୍ଦ୍ର ସହ ଆଲୋଚନା କରୁଥିବା ସୂଚନା ରହିଛି । ଅଭିଯୋଗ କରାଯାଇଛି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦେଶକୁ ବିଭାଜିତ କରିବାକୁ ଚାହୁଁଛି । ଆସନ୍ତାକାଲି ଏହି ଆଇନ ଦେଶରେ ଲାଗୁ ହେବା ପରେ ବିରୋଧର ସ୍ବର ଉଠୁଛି । ଆସାମରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି ।

ସେହିପରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ସିଏଏକୁ ବିଜେପିର ବିଭାଜନକାରୀ ଏଜେଣ୍ଡା କହିବା ସହ ଉଚିତ ସମବୟେର ଜନତା ସଠିକ୍ ଜବାବ ଦେବେ ବୋଲି କହିଛନ୍ତି । ଗତକାଲି ଏହି ଆଇନ ଲାଗୁ ହେବା ପରେ କିଛି ସ୍ଥାନରେ ଉତ୍ସବର ମାହୋଲ ମଧ୍ୟ ଦେଖିବାକୁ ମିଳିଥିଲା ।

 

 

Leave A Reply

Your email address will not be published.