Latest Odisha News

BREAKING NEWS

ସିଏଏ ଲାଗୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ କଙ୍ଗନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି  ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିଛି। ସରକାରଙ୍କ  ଏହି ପଦକ୍ଷେପକକୁ ଅଭିନେତ୍ରୀ  କଙ୍ଗନା ରାନାୱତ ପ୍ରଶଂସା କରିଛନ୍ତି  । ସେ ସୋସିଆଲ ମିଡିଆରେ ସିଏଏ ବିଜ୍ଞପ୍ତିକୁ ସମର୍ଥନ ଜଣାଇ ଜାତୀୟ ପତାକା ସହିତ ସିଏଏ ଲେଖିଛନ୍ତି ।

ଏଥିସହ ସେ  ୨୦୧୪ ମସିହାର ଏକ ପୁରୁଣା ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ସିଏଏ ପଛରେ ଥିବା ଧାରଣା ବିଷୟରେ କହୁଛନ୍ତି । ଏହା ସହିତ କଙ୍ଗନା ଲେଖିଛନ୍ତି, ଆପଣ ସିଏଏ ବିଷୟରେ କୌଣସି ମତ କିମ୍ୱା  ଅନୁଭବ କରିବା ପୂର୍ବରୁ ପ୍ରଥମେ ଏହାର ଅର୍ଥ ବୁଝନ୍ତୁ ।

ଏକ ଗଣମାଧ୍ୟମ ଖବର ଅନୁସାରେ, ଏହା ପ୍ରଥମ ଥର ନୁହେଁ ଯେ କଙ୍ଗନା ସିଏଏ ବିଷୟରେ ସ୍ୱର ଉତ୍ତୋଳନ କରିଛନ୍ତି । ୨୦୧୯ରେ ସେ ସିଏଏକୁ ବିରୋଧ କରୁଥିବା ଜଣେ ବଲିଉଡ  ଅଭିନେତାଙ୍କ ନିରବତାକୁ ଟାର୍ଗେଟ କରିଥିଲେ । ଆଉ ଅଭିନେତା ଜଣଙ୍କ ଭୟଭୀତ ଥିବା କଙ୍ଗନା କହିଥିଲେ । ଅଭିନେତା ଜଣଙ୍କ ନିଜ ଉପରେ ଲଜ୍ୟା କରିବା ଦରକାର ବୋଲି କହିଥିଲେ।  ମୋର କୌଣସି ସନ୍ଦେହ ନାହିଁ ଯେ ବଲିଉଡ ଭୟଭୀତ ହୋଇ ରହିଛି । ସେମାନେ କେବଳ ନିଜ ପାଇଁ ଚିନ୍ତା କରିଥାଆନ୍ତି ।  ସେମାନେ ଦିନକୁ ୨୦ ଥର ଦର୍ପଣକୁ ଚାହିଁଥାନ୍ତି ।

Leave A Reply

Your email address will not be published.