Latest Odisha News

BREAKING NEWS

ଆବର୍ଜନା ଦେଲା ରୋଜଗାର; ମାସିକ ଆୟ ୫ଲକ୍ଷ

ବାରାଣସୀ : ବାରାଣସୀର ଶିଖା ଶାହା । ବି ଟେକ ପରେ ଭଲ ଦରମାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କରୁଥିଲେ କାମ । ହେଲେ ଚାକିରୀ ତାଙ୍କୁ ଦେଇ ପାରିନଥିଲା ଆତ୍ମତୃପ୍ତି । ଦିଲ୍ଲୀରୁ ପରିବେଶ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ଶିଖା ଅନୁଭବ କଲେ ଯେ ଅନେକ ଲୋକ ପରିବେଶ ପ୍ରତି ଧ୍ୟାନ ଦେଉନାହାନ୍ତି | ଧିରେ ଧିରେ ଲୋକେ ପରିବେଶ ପ୍ରତି କର୍ତ୍ତବ୍ୟ ଭୁଲିଯାଉଛନ୍ତି । ପିଲାଟି ଦିନରୁ କଳାଭାସ୍କର୍ଯ୍ୟ ପ୍ରତି ଆକର୍ଷିତ ଶିଖା ବର୍ତ୍ତମାନର ଟ୍ରେଣ୍ଡକୁ ଆଖିରେ ରଖି ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଶସ୍ତା ଓ ଆକର୍ଷଣୀୟ ଘର ସଜ୍ଜା ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରିର ଯୋଜନା କଲେ ।

ଏଥିପାଇଁ ସେ ବାଙ୍ଗାଲୋର ରୁ ନିଜର ରାଜ୍ୟ ଉତ୍ତରପ୍ରଦେଶ ଫେରି ଆରମ୍ଭ କଲେ ଗବେଷଣା । ଅଦରକାରୀ ଦ୍ରବ୍ୟରୁ ରୋଜଗାର କରିବାର ତାଙ୍କର ପରିକଳ୍ପନାକୁ ସମସ୍ତେ ପସନ୍ଦ କଲେ । ଏହାପରେ ସେ ବିଭିନ୍ନ କବାଡିଆ ଗୋଦାମକୁ ଯାଇ କାଚ ବୋତଲ ,ଭଙ୍ଗା ଉପକରଣ ଓ ବୈଦ୍ୟୁତିକ ସାମଗ୍ରୀ ଯୋଗାଡ଼ କରି ଆଣିଲେ । ଏଥିରେ ବିଭିନ୍ନ ପ୍ରକାର ବ୍ୟବହାର୍ଯ୍ୟ ସାମଗ୍ରୀ ତିଆରି କଲେ ଶିଖା । ପେନଷ୍ଟାଣ୍ଡ ଠାରୁ ଆରମ୍ଭ କରି ଚାବି ରିଂ ,ପୋଷାକ ରଖିବା ହ୍ୟାଙ୍ଗର ,ସେଲ୍ଫି କର୍ଣ୍ଣର ଭଳି ସାମଗ୍ରୀ ତିଆରି କରି ସୋସିଆଲ ମିଡିଆରେ ପ୍ରଚାର କରିବା ଆରମ୍ଭ କଲେ ।

ପ୍ରଥମେ ଦିଲ୍ଲୀର ଜଣେ ବ୍ୟବସାୟୀ ୧୫ ହଜାର ଟଙ୍କାର ଫୁଲଦାନୀ ଅର୍ଡର କରିଥିଲେ । ଯାହା ତାଙ୍କୁ ଏ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲା । ସେଦିନ ଠାରୁ ସେ ଆଉ ପଛକୁ ଫେରି ନାହାନ୍ତି । ବାରାଣସୀରେ ସେ ଏକ ଆଉଟଲେଟ ଖୋଲିବା ସହିତ ଅନେକ ଯୁବତୀଙ୍କୁ କରିଛନ୍ତି ସ୍ୱାବଲମ୍ବୀ । ଏବେ ଶିଖା ବାର୍ଷିକ ୫ଲକ୍ଷରୁ ଅଧିକ ଟଙ୍କାର ଲାଭ ପାଉଥିବା ବେଳେ ଏଭଳି କାମରୁ ଅଧିକ ଖୁସି ପାଉଥିବା କହନ୍ତି ।

Leave A Reply

Your email address will not be published.