Latest Odisha News

BREAKING NEWS

ଶିମିଳିପାଳ ପାଇଁ ବିପଦର ସଙ୍କେତ କଳା ବାଘ: ରିପୋର୍ଟ

ମୟୂରଭଞ୍ଜ: ରାଜ୍ୟରେ ଗତ କିଛି ମାସ ହେବ କଳାବାଘ କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ଚାରୋଟି କଳାବାଘ ଦେଖାଦେଇଥିଲେ । ଯାହାର ଭିଡିଓ ପିସିସିଏଫ୍ ସୁଶାନ୍ତ ନନ୍ଦ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ପୋଷ୍ଟ କରିଥିଲେ । ତେବେ କଳା ରଙ୍ଗର ବାଘ କେବଳ ଶିମିଳିପାଳରେ ହିଁ ଏମାନେ ଜନ୍ମ ନିଅନ୍ତି, କାରଣ ଦେଶର ଅନ୍ୟ କେଉଁ ସ୍ଥାନରେ ଏଭଳି ବାଘ ଦେଖାଯାଉନଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି ।

ତେବେ ଶିମିଳିପାଳରେ କଳାବାଘଙ୍କ ଉପସ୍ଥିତି ରୟାଲ ବେଙ୍ଗଲ ଟାଇଗରଙ୍କ ବଂଶ ବୃଦ୍ଧି ପାଇଁ ବିପଦର ସଙ୍କେତ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମାନେ କହିଛନ୍ତି । 2021 ମସିହାରେ ଶିମଳିପାଳ ଓ ନନ୍ଦନକାନନରେ ବାଘ ଜନ୍ମ କୁ ନେଇ ଏକ ଗବେଷଣ ହୋଇଥିଲା । ଯେଉଁଥିରେ କଳାବାଘ ଜନ୍ମ ପାଇଁ ଇନବ୍ରିଡିଙ୍ଗ ମୁଖ୍ୟ କାରଣ ବୋଲି ଜଣାପଡିଥିଲା ।

ରକ୍ତ ସମ୍ପର୍କ ଭିତରେ ପ୍ରଜନନ କୁ ଇନବ୍ରିଡିଙ୍ଗ କୁହାଯାଏ । ଇନବ୍ରିଡିଙ୍ଗ ଛୁଆ ମାନେ ଜିନ୍ ସ୍ତରରେ ଦୁର୍ବଳ ହୋଇଯାନ୍ତି । ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ସାଧାରଣ ପ୍ରାଣୀଙ୍କ ଅପେକ୍ଷା ଇନବ୍ରିଡିଙ୍ଗ ଦ୍ବାରା ଜନ୍ମିତ ପ୍ରାଣୀଙ୍କର ଶୀଘ୍ର ମୃତ୍ୟୁ ହୋଇଯାଏ ଏବଂ ପ୍ରଜନନ କ୍ଷମତାରେ ହ୍ରାସ ଘଟେ । ଆଉ ଏହି ଇନବ୍ରିଡିଙ୍ଗ କାରଣରୁ ମହାବଳ ବାଘ କଳାବାଘ ହୋଇ ଜନ୍ମ ହେଉଥିବା ଗବେଷଣାରୁ ଜଣାପଡିଛି ।

ତେଣୁ ଶିମିଳିପାଳରେ ଯଦି କଳାବାଘଙ୍କ ସଂଖ୍ୟା ବଢିବ ତେବେ ରୟାଲ ବେଙ୍ଗଲ ଟାଇଗରଙ୍କ ସଂଖ୍ୟା କମିଯିବ । ସମୟକ୍ରମେ ସାଧାରଣ ବାଘ ଆଉ ଜନ୍ମ ହେବେ ନାହିଁ ଏବଂ କଳାବାଘଙ୍କ ମଧ୍ୟ ବେଶି ଦିନ ତିଷ୍ଠି ରହିପାରିବେ ନାହିଁ ।

Leave A Reply

Your email address will not be published.