Latest Odisha News

BREAKING NEWS

ପୋଲିସ ପଞ୍ଝାରେ ୬ଜଣ ବାଇକ ଚୋର, ୨୦ଟି ଚୋରା ଗାଡି ଜବତ

ଝାରସୁଗୁଡା :ପୋଲିସ ପଞ୍ଝାରେ ମୋଟରସାଇକେଲ ଚୋର ଗ୍ୟାଙ୍ଗ । ଝାରସୁଗୁଡା ମାଲିମୁଣ୍ଡା ଷ୍ଟାଡିୟମ ନିକଟରୁ ୬ ଜଣ ମୋଟସାଇକେଲ ଚୋରଙ୍କୁ ପୋଲିସ ଗିରଫ କରିଛି ।ଅଭିଯୁକ୍ତ ମାନଙ୍କ ନିକଟରୁ ୨୦ ଟି ଚୋରା ମୋଟରସାଇକେଲ ପୋଲିସ ଜବତ କରିଛି । ଏହି ଅଭିଯୁକ୍ତମାନେ ସୁନ୍ଦଗରଡ, ସମ୍ବଲପୁର, ଝାରସୁଗୁଡା, ଗଞ୍ଜାମ ଅଞ୍ଚଳର ବୋଲି ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ନାଁରେ ବିଭିନ୍ନ ଥାନାରେ ୯ ରୁ ଅଧିକ ମାମଲା ରହିଛି । ଅନ୍ୟପଟେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ବେଳେ ତା ନାଁରେ ୩୦ ରୁ ଅଧିକ ମାମଲା ରହିଛି । ସୂଚନା ଅନୁସାରେ ଏହି ଅଭିଯୁକ୍ତମାନେ ଗାଡି ଚୋରି କରିବା ପରେ ମାତ୍ର ୩ ରୁ ୪ ହଜାର ଟଙ୍କା ମୂଲ୍ୟରେ ଗାଡି ଗୁଜିକୁ ବିକ୍ରି କରୁଥିଲେ । ତେବେ ଝାରଗୁଡା ପୋଲିସ ଏ ବିଷୟରେ ବିଶେଷ ସୁତ୍ରରୁ ଖବର ପାଇ ମାଲିମୁଣ୍ଡା ଷ୍ଟାଡିୟମ ଓ ଗାନ୍ଧୀଛକ ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

Comments are closed, but trackbacks and pingbacks are open.