Latest Odisha News

BREAKING NEWS

ମୟୁରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ: ୫ଟି ଉପକ୍ରମ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ସ୍କୁଲକୁ ଲୋକାର୍ପଣ କରିଛନ୍ତି । ବାରିପଦା ଶତାୟୁ ଉଚ୍ଚ ବିଦ୍ୟାଳୟ ମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆନୁଷ୍ଠାନିକଭାବେ ଲୋକାର୍ପଣ କରାଯାଇଛି ।

ରୂପାନ୍ତର ହୋଇଥିବା ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ମର୍ଡ଼ନ ସାଇନ୍ସ ଲାବରୋଟାରୀ, ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତମାନର ଖେଳ ଉପକରଣ ଏବଂ ସ୍ୱଚ୍ଛ ସ୍କୁଲ ପରିସର ସାଙ୍ଗକୁ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ସମସ୍ତ ବିଦ୍ୟାଳୟରେ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୦ଟି ବିଦ୍ୟାଳୟକୁ ରୂପାନ୍ତର କରାଯାଇଥିବାବେଳେ ଆସନ୍ତା ୨୦୨୨ମାର୍ଚ୍ଚ ମାସ ସୁଦ୍ଧା ଆଉ ୩୩୦ଟି ସ୍କୁଲକୁ ୫ଟି ଉପକ୍ରମରେ ରୂପାନ୍ତରଣ କରାଯିବ ବୋଲି ମୟୁରଭଞ୍ଜ ଜିଲ୍ଲାପାଳ କହିଛନ୍ତି ।

ସ୍ମାର୍ଟ ସ୍କୁଲକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ିବାର ନୂଆ ଉତ୍ସାହ ଦେଖାଦେଇଛି । ବାରିପଦା ମହାରାଣୀ ପ୍ରେମକୁମାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ସାହୁ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇଥିଲେ । ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍, ମରୋଡ଼ା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.