Latest Odisha News

BREAKING NEWS

ଆଜି ସୁନ୍ଦରଗଡ ଯାଉଛନ୍ତି ମୁଖ୍ୟମନ୍ତ୍ରୀ; ସର୍ବବୃହତ୍‌ ହକି ଷ୍ଟାଡିୟମର କରିବେ ଶିଳାନ୍ୟାସ  

ଭୁବନେଶ୍ୱର: ଆଜି ସୁନ୍ଦରଗଡ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିପିୟୁଟି ପରିସର‌ରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର କରିବା ନେଇ ସୂଚନା ରହିଛି।

ସୁନ୍ଦରଗଡ଼ ଜିଲ୍ଲାର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରୁଛନ୍ତି । ଏହି ଅବସରରେ ସେ ଜିଲ୍ଲାବାସୀଙ୍କୁ ଭେଟିବା ସହ ୪,୮୦୦ କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କରିବେ ନବୀନ ।

ରାଉରକେଲାରେ ସକାଳ ସାଢ଼େ ୧୧ଟାରେ ପହଞ୍ଚି ବିପିୟୁଟିରେ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବେ । ଏହା ସହିତ ସୁନ୍ଦରଗଡ ଜିଲ୍ଲାର ଗମନାଗମନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସହ କ୍ରୀଡାର ବିକାଶ ପାଇଁ ୪ହଜାର ୮ଶହ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ୧୭ ଜଣ ମନ୍ତ୍ରୀ ଓ ୭୦ଜଣ ବିଧାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ।

ଖବରଅନୁଯାୟୀ, ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ରାଉରକେଲାକୁ ଶକ୍ତ ସୁରକ୍ଷା ବଳୟରେ ରଖାଯାଇଛି। ୩୫ ପ୍ଳାଟୁନ ପୋଲିସ ଫୋର୍ସ ସହ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି ।ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Leave A Reply

Your email address will not be published.