Latest Odisha News

BREAKING NEWS

ମେଟ୍ରୋ ପ୍ରକଳ୍ପ ନେଇ ବଡ ଘୋଷଣା: ଜୁନରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଖୁବ ଶୀଘ୍ର ଗଡିବ ମେଟ୍ରୋ ଟ୍ରେନ । ଏ ନେଇ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଜୁନମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ବିଭାଗ ସଚିବ ସଚିବ ଜି.ମାଥିଭାଥନନ ।

ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସର୍ଭେ ସରି ଯାଇଛି । ଚଳିତବର୍ଷ ଶେଷ ସୁଦ୍ଧା କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ପରାମର୍ଶ ନିଆଯାଇଛି। ଏହା ଏବେ ଅନ୍ତିମ ପର‌୍ୟ୍ୟାୟରେ ପହଞ୍ଚିଛି ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ରୁଟ ଚିହ୍ନଟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର‌୍ୟ୍ୟନ୍ତ ଚାଲିବ । ପରେ ଜଟଣୀ ଓ ପୁରୀକୁ ଚଳାଚଳ କରିଯିବାର ଯୋଜନା ରହିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ ।

ସୂଚନାଥାଉ କି, ଓଡିଶା ଦିବସରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ ।  ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସେତେବେଳେ କହିଥିଲେ  । ଏପରିକି  ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ ଏବଂ ଏହି ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ବସ୍ତରୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଉତ୍କଳ ଦିବସ ଅବସରରେ ଘାେଷଣା କରିଥିଲେ ।

Leave A Reply

Your email address will not be published.