Latest Odisha News

BREAKING NEWS

ଡେନେସ ଡ୍ରାମା: ଆପଣ ଜାଣନ୍ତି କି ସଚିନ ସମେତ ୬ ଖେଳାଳିଙ୍କ ଉପରେ ଲଗା ଯାଇଥିଲା ବଲ ଟ୍ୟାମ୍ପରିଂ ଅଭିଯୋଗ

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ୨୦୦୧ ଦକ୍ଷିଣ ଆଫ୍ରିକା ଗସ୍ତକୁ କିଏ ବା ଭୁଲି ପାରିବ । ଦ୍ୱିତୀୟ ଟେଷ୍ଟ ଅବସରରେ ଭାରତର ୬ଜଣ ଖେଳାଳିଙ୍କ ବିରୋଧରେ ଆସିଥିଲା ବଲ ଟ୍ୟାମ୍ପରିଂ ଅଭିଯୋଗ । ଏହି ଅଭିଯୋଗରୁ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ମଧ୍ୟ ନାମ ଏଥିରେ ଉଠା ଯାଇଥିଲା । ଡେନେସ ଡ୍ରାମା ଭାବେ ଏହା ବେଶ ପରିଚିତ । ଇଂଲଣ୍ଡ ଟିମର ପୂର୍ବ ଅଧିନାୟକ ତଥା ମ୍ୟାଚ ରେଫରୀ ମାଇକ ଡେନେସ ଭାରତୀୟ ଟିମର ଅଧା ଖେଳାଳିଙ୍କ ଉପରେ ପ୍ରତିବନ୍ଧ ଲଗାଇ ଦେଇଥିଲେ ।

ସଚିନ ନଖରେ ବଲର ସିମକୁ ଖରାପ କରୁଥିଲେ ବୋଲି କୁହାଯାଇଥିଲା । ସେହିପରି ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂ, ଶିବସୁନ୍ଦର ଦାସ ଓ ଦୀପ ଦାସଗୁପ୍ତା ଅଧିକ ଆବେଦନ ନେଇ ଗୋଟିଏ ମ୍ୟାଚରୁ ବାସନ୍ଦ ହୋଇଥିଲେ । ବିନା କାରଣରେ ଭାରତୀୟ ଖେଳାଳିଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଅଭିଯୋଗ ଅଣା ଯାଇଥିବା ନେଇ ବିସିସିଆଇ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥିଲା ।

ଏପରିକି ସିରିଜର ବାକି ମ୍ୟାଚରୁ ଓହରିଯିବା ନେଇ ବୋର୍ଡ ଧମକ ଦେଇଥିଲା । ବିସିସିଆଇର ପଦକ୍ଷେପ ଦକ୍ଷିଣ ଆଫ୍ରିକା ବୋର୍ଡକୁ ଚିନ୍ତାରେ ପକାଇ ଦେଇଥିଲା । ଶେଷରେ ଡେନେସଙ୍କୁ ହଟାଯାଇ ଡେନିସ ଲନସେଙ୍କୁ ମ୍ୟାଚ ରେଫରି ନିଯୁକ୍ତ କରାଯାଇଥିଲା । ଆଇସିସି କିନ୍ତୁ ତୃତୀୟ ଟେଷ୍ଟକୁ ମାନ୍ୟତା ପ୍ରଦାନ କରି ନ ଥିଲା ।

Leave A Reply

Your email address will not be published.