Latest Odisha News

ତାଲିବାନଙ୍କ ଉତ୍ପାତ ଜାରୀ, ଭାଙ୍ଗିଲେ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟ

କାବୁଲ: ତାଲିବାନ ସେମାନଙ୍କ ପ୍ରକୃତ ରୂପକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ପ୍ରାପ୍ତ ରିପୋର୍ଟ ଅନୁସାରେ ଏହି ଆତଙ୍କୀ ସଂଗଠନ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି । ଏହି ଗେଟ ଇସଲାମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥାଏ । କ୍ରେନରେ ଏହି ଗେଟକୁ ଭାଙ୍ଗିବା ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ଅଶରଫ ଗନି ସରକାର ଏହାକୁ ନିର୍ମାଣ କରିଥିଲେ । ପୂର୍ବରୁ ବୋମିୟାନରେ ଅବଦୁଲ ଅଲୀ ମଜାରୀଙ୍କ ମୂର୍ତିଙ୍କୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିଲେ । ସେହିପରି ୨୦୦୧ରେ ମୁଲ୍ଲା ମହମ୍ମଦ ଉମରଙ୍କ ନିର୍ଦ୍ଦେଶରେ ବୁଦ୍ଧଙ୍କ ମୂର୍ତି ମଧ୍ୟ ସେମାନେ ଭାଙ୍ଗୀ ଦେଇଥିଲେ ।

Leave A Reply

Your email address will not be published.