Latest Odisha News

ଫିଲ୍ମ ‘ଦ ଘୋଷ୍ଟ’ରୁ ଜ୍ୟାକଲିନ୍‌ ଆଉଟ୍‌ ସୋନଲ୍‌ ଇନ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମୟ ଭଲ ଚାଲିନି। ଗୋଟିଏ ପଟେ ତାଙ୍କ ନାଁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯୋଡି ହୋଇଥିବା ବେଳେ ଅନ୍ୟପଟେ ଏହି ସମୟରେ ଅନେକ ପ୍ରକଳ୍ପ ମଧ୍ୟ ତାଙ୍କ ହାତରୁ ଚାଲିଯାଉଥିବା ଜଣାପଡ଼ିଛି। କିଛି ସପ୍ତାହ ପୂର୍ବରୁ, ସେ ସଲମାନ ଖାନଙ୍କ ବିଦେଶ ଇଭେଣ୍ଟ ଦି ବେଙ୍ଗ ଟୁର୍ ଠାରୁ ମଧ୍ୟ ଦୂରେଇ ଯାଇଥିଲେ। ଏବେ ଶୁଣିବାକୁ ମିଳୁଛି ଯେ ନାଗାର୍ଜୁନ ଅକ୍କିନେନିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଦ ଘୋଷ୍ଟ ମଧ୍ୟ ତାଙ୍କ ହାତରୁ ଚାଲିଯାଇଥିବା ଜଣାପଡ଼ିଛି। ଏହି ୧୦୦ କୋଟି ବଜେଟ୍‌ ଚଳଚ୍ଚିତ୍ରରେ ଜ୍ୟାକଲିନ ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ। ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ସୋନାଲ ଚୌହାନ ଏହି ବିଗ୍‌ ବଜେଟ ଫିଲ୍ମରେ ମୁଖ୍ୟ ଭୂମିକାରେ ଏଣ୍ଟ୍ରି କରିବେ।

ବଲିଉଡ ଅଭିନେତ୍ରୀ ସୋନଲ ଇମ୍ରାନ ହାଶମୀଙ୍କ ସହିତ କରିଥିବା ଫିଲ୍ମ ଜନତ୍‌ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିଲେ। ଦି ଘୋଷ୍ଟର ନିର୍ମାତା ନିଶ୍ଚିତ ଯେ ସୋନଲ ଚୌହାନ ଏବଂ ନାଗାର୍ଜୁନଙ୍କ ଯୋଡି ପରଦାରେ ଧୁମ୍‌ ମଚେଇବେ। ସୂତ୍ର ଅନୁଯାୟୀ, ଦ ଘୋଷ୍ଟରେ ସୋନଲଙ୍କ ସହ  ନାଗାର୍ଜୁନଙ୍କ ଯୋଡି ସମ୍ପୂର୍ଣ୍ଣ ଫିଟ୍ ହୋଇଛି। ତେଣୁ ନିର୍ମାତାମାନେ ଏହି ଭୂମିକା ପାଇଁ ସୋନଲଙ୍କୁ ବାଛିଥିବା ଜଣାପଡ଼ିଛି।

Comments are closed.