Latest Odisha News

ବାରାଣସୀରେ ଆରମ୍ଭ ହେଲା ୱାଇ-୨୦ ଶିଖର ସମ୍ମିଳନୀ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନଭେନ୍‌ସନ ସେଣ୍ଟରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୱାଇ-୨୦ ଶିଖର ସମ୍ମିଳନୀ । ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ମିଳିତ ଭାବେ ଉଦ୍‌ଘାଟନ କରିଥିଲେ ।

BjdElectrycity

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଥିଲେ ଯେ, ଯୁବବର୍ଗ ଭବିଷ୍ୟତର ନିର୍ମାତା । ଭବିଷ୍ୟତର ବିଶ୍ୱ ନିର୍ମାଣ ଏବଂ ସାମ୍ପ୍ରତିକ ସାଧାରଣ ବୈଷିକ ସମସ୍ୟାର ସମାଧାନ କ୍ଷେତ୍ରରେ କିପରି ମାର୍ଗ ବାହାରିବ ଏଭଳି ମଞ୍ଚ ସେମାନଙ୍କୁ ସୁଯୋଗ ଦେବ । ଯୁବାବସ୍ଥାରେ ଭାରତକୁ ବିଭିନ୍ନ କ୍ଷେତ୍ରରେ ଗୌତମ ବୁଦ୍ଧ,ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ, ପଣ୍ଡିତ ରାମପ୍ରସାଦ ବିଶମିଲ୍‌, ଅସଫାକୁଲ୍ଲା ଖାଁ ଓ ଠାକୁର ରୋଶନ ସିଂହ କିପରି ନେତୃତ୍ୱ ଦେଇଥିଲେ । ତାହାର ଉଦାହରଣ ସେ ପ୍ରଦାନ କରିଥିଲେ ।

ସେହିପରି କ୍ରୀଡା଼ ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଯୁବ-୨୦ ଶିଖର ସମ୍ମିଳନୀ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ବାରାଣସୀ ଭାରତର ୧୦୦୦ ବର୍ଷର ପ୍ରାଚୀନ ସଭ୍ୟତାର କେନ୍ଦ୍ର ହୋଇଥିବାରୁ ଏଠାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିବା ଉଲ୍ଲେଖ କରିଥିଲେ । କେନ୍ଦ୍ର ଯୁବ ବ୍ୟାପାର ସଚିବ ସୁଶ୍ରୀ ମିତା ରାଜୀବଲୋଚନ କହିଥିଲେ , ଯୁବବର୍ଗ ପରିବର୍ତ୍ତନର ବାହକ । ଭବିଷ୍ୟତକୁ ଉପଯୁକ୍ତ ଆକାର ଦେବାର ସାମର୍ଥ୍ୟ ସେମାନଙ୍କର ରହିଛି । ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ମଧ୍ୟ ନେଇଥାନ୍ତି । କୌଣସି ଯୁବକଯୁବତୀ ଯେପରି ପଛରେ ପଡ଼ି ନ ଯାଆନ୍ତି ସେଥିପାଇଁ ଏକ ଉପଯୁକ୍ତ ପରିବେଶ ଗଢି ତୋଳିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ଏହି ଉତ୍ସବରେ ଉତ୍ତର ପ୍ରଦେଶର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ, ରାଜ୍ୟ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଅନିଲ ରାଜଭର, ଷ୍ଟାମ୍ପ ଓ କୋର୍ଟ ଫି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରବୀନ୍ଦ୍ର ଜୟସ୍ୱାଲ, ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିିଂହ, ସହରାଞ୍ଚଳ ବିକାଶ ଓ ଶକ୍ତିମନ୍ତ୍ରୀ ଏ.କେ ଶର୍ମା, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ସଚିବ ସୁଶ୍ରୀ ମିତା ରାଜୀବଲୋଚନ ଏବଂ ୱାଇ ୨୦ର ଅଧ୍ୟକ୍ଷ ଅନମୋଲ ମୋହତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଜି-୨୦ ଦେଶ ସମୂହ, ଅତିଥି ରାଷ୍ଟ୍ର ଓ ବିଭିିିନ୍ନ ଆନ୍ତର୍ଜାତିକ ପ୍ରତିଷ୍ଠାନରୁ ପ୍ରାୟ ୧୨୦ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ଯୁବବ୍ୟାପାର ବିଭାଗର ନିର୍ଦ୍ଦେଶକ ପଙ୍କଜ କୁମାର ସିଂହ ଧନ୍ୟବାଦ ଦେଇଥିଲେ ।

 

Leave A Reply

Your email address will not be published.