Latest Odisha News

ମହିଳାଙ୍କୁ ମୃତ ଭାବି କବର ଦେଇଦେଲେ ଲୋକେ, ୧୧ ଦିନ ପରେ ହେଲେ ଉଦ୍ଧାର

ବ୍ରାଜିଲ୍‌: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ । ଦିନେ କି ଦୁଇ ଦିନ ନୁହେଁ ୧୧ ଦିନ  ଧରି ସେ କଫିନ ଭିତରେ ଜୀବିତ ଥିଲେ । କଫିନ ଭିତରୁ ବାହାରକୁ ବାହାରିବା ପାଇଁ ସେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ୍‌ଥିଲେ । ଶେଷରେ ତାଙ୍କର କାନ୍ଦ ଶୁଣି ଲୋକମାନେ ତାଙ୍କୁ ୧୧ଦିନ ପରେ କବର ଭିତରୁ ବାହାର କରିଥିଲେ ।

୩୭ ବର୍ଷିୟା ରୋଜାଙ୍ଗେଲା ଆଲମାଇଡା ଡୋସ ସାଣ୍ଟୋସ ନାମକ ମହିଳା ବ୍ରାଜିଲରେ ରୁହନ୍ତି । ସେ ବିବାହିତ ଥିଲେ ହେଲେ ତାଙ୍କର କୌଣସି ସନ୍ତାନ ନ ଥିଲେ । ସାତ ବର୍ଷ ବୟସରୁ ତାଙ୍କର ମୁଣ୍ଡ ବୁଲାଇବା ରୋଗ ଥିଲା ।  ଏଥିଲାଗି ସେ ନିୟମିତ ଔଷଧ  ଖାଉଥିଲେ ମଧ୍ୟ ରୋଗ ଭଲ ହୋଇ ନ  ଥିଲା । ଏହି କାରଣରୁ ଦିନେ ସେ ବେହୋସ ହୋଇ ତଳେ ପଡିଗଲେ । ପରେ ତାଙ୍କ ପରିବାର ଲୋକମାନେ ତାଙ୍କୁ  ମୃତ  ଭାବି ରିଚାଓ ଡାସ ନେଭ୍‌ସର ଶ୍ମଶାନରେ କବର ଦେଇଥିଲେ । ମହିଳା ଜଣକ ହୋସକୁ ଆସିବା ପରେ କବରରେ ଥିବା ଜାଣିବାକୁ ପାଇଥିଲେ । ସେ କବରରୁ ବାହାରିବା ପାଇଁ ବହୁତ ଚେଷ୍ଟା କରିଥିଲେ, ହେଲେ ବିଫଳ ହୋଇଥିଲେ । କଫିନକୁ ବାଡ଼େଇଥିଲେ ବି କେହି ଶୁଣି ପାରୁ ନ ଥିଲେ ।  କୌଣସି ଉପାୟ ନ ପାଇ ମହିଳା ଜଣକ କାନ୍ଦିବାକୁ ଲାଗିଥିଲେ ।

ଶ୍ମଶାନ ନିକଟରେ ରହୁଥିବା ଲୋକମାନେ ଶ୍ମଶାନରୁ ପ୍ରତିଦିନ କାହାର କାନ୍ଦ ଶୁଣିବାକୁ ପାଇଥିଲେ, ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଏଠାକାର ଲୋକେ ଉକ୍ତ ମହିଳାଙ୍କ ପରିବାର ଲୋକଙ୍କୁ  ଜଣାଇଥିଲେ । ପରିବାର ଲୋକ କବର ପାଖରେ ପହଞ୍ଚି ଥିଲେ । ସେଠାରୁ କାନ୍ଦ ମଧ୍ୟ ଶୁଣିବାକୁ ପାଇଲେ ।  ସଙ୍ଗେ ସଙ୍ଗେ କଫିନକୁ ମାଟିତଳୁ ବାହାର କରିଥିଲେ । । ପରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ । କବର ଭିତରେ ସେ ହାତଗୋଡ ବାଡ଼େଇ ବାହାରିବା ପାଇଁ ଚେଷ୍ଟା କରିଥିଲେ । ଯେଉଁଥିରେ ତାଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା ।  ମହିଳାଙ୍କୁ କଫିନରୁ ବାହାର କରିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ, ଉଦ୍ଧାର ହେବାର ଗୋଟିଏ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.